ବୀରମହାରାଜପୁର ହାଇସ୍କୁଲ ରେ ହକି ଦଳ ଗଠିତ


ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବାଳକ ଉଚ୍ଚ ବିଦ୍ୟାଳୟରେ ଦୁଇଟି ହକି ଦଳ ଗଠିତ ହୋଇଛି I ଉକ୍ତ ଅବସରରେ ଉପଖଣ୍ଡ ପୋଲିସ ଅଧିକାରୀ ବାସୁଦେବ ଛତ୍ରିଆ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ l ପ୍ରଧାନ ଶିକ୍ଷକ ନିରଞ୍ଜନ ଦାଶ ଙ୍କ ସମେତ ସ୍କୁଲ ର ସମସ୍ତ ଶିକ୍ଷକ ଓ ଛାତ୍ରମାନେ ଉପସ୍ଥିତ ଥିଲେ I ଉଭୟ ଦଳ ମଧ୍ୟରେ ଏକ ବନ୍ଧୁତ୍ବପୂର୍ଣ୍ଣ ଖେଳ ମଧ୍ୟ (ମ୍ୟାଚ) ଅନୁଷ୍ଠିତ ହୋଇଥିଲା l