Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପୁଣି ମାଣ୍ଡେଲ୍ ଗ୍ରାମର ଦାଦନ ଶ୍ରମିକ ଲୋକନାଥ ଙ୍କ ମୃତ୍ୟୁ ସମାଜସେବୀ ବାବୁଲିଙ୍କ ସହଯୋଗ ରେ ଫେରୁଛି ମୃତଦେହ

କଳାହାଣ୍ଡି, ୦୬/୧୨ (ଜଗନ୍ନାଥ ନାଏକ) : କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ମାଣ୍ଡେଲ ଗ୍ରାମର ଲୋକନାଥ ଦୀପ ପିତା ସାନେ ଦୀପ, ନିଜ ପରିବାର ପେଟକୁ ଗଣ୍ଡେ ଦାନା ଯୋଗାଇବା ପାଇଁ ସୁଦୂର ତାମିଲନାଡୁ ର କଇମ୍ବାଟୁ ସହରକୁ ଦାଦନ ଖଟିବାକୁ ଯାଇ ଏକ କମ୍ପାନୀ ରେ କାର୍ଯ୍ୟ କରୁଥିବା ସମୟରେ ଅସୁସ୍ଥ ହୋଇ ପଡ଼ିଥିଲେ ଅସୁସ୍ଥ ଲୋକନାଥ ଙ୍କୁ ହସ୍ପିଟାଲ୍ ରେ ଭର୍ତ୍ତି କରାଯାଇଥିବା ବେଳେ ସେ ଚିକିତ୍ସିତ ଅବସ୍ଥାରେ ଗତ ତିନିଦିନ ତଳେ ମୃତ୍ୟୁବରଣ କରିଥିବା ପରିବାର ପକ୍ଷରୁ ସୂଚନା ମିଳିଛି ଖବର ଟି ସ୍ଥାନୀୟ ସମାଜସେବୀ ଦିଲ୍ଲୀପ ନାଏକ ଓ ପରିବାର ବର୍ଗ ଭବାନୀପାଟଣା ର ଗରିବ ଓ ନିସହାୟଙ୍କ ବନ୍ଧୁ ନିରପେକ୍ଷ ସମାଜସେବୀ ନର୍ଲା ନିର୍ବାଚନ ମଣ୍ଡଳୀ ର ବିଜେଡି ସଭାପତି ତଥା ରାଜ୍ୟ ସମ୍ପାଦକ ବାବୁଲି ମଣ୍ଡଳ ଙ୍କୁ ଦେଖାକରି ସମସ୍ତ ବିଷୟ କହି ଦାଦନ ଶ୍ରମିକ ଲୋକନାଥ ଦୀପ ଙ୍କ ମୃତଦେହ କେମିତି ଜନ୍ମ ମାଟି କୁ ଫେରିବ ତାହା ଜଣାଇବା ପରେ ଶ୍ରୀ ମଣ୍ଡଳ ସଙ୍ଗେ ସଙ୍ଗେ ଜିଲ୍ଲା ପ୍ରଶାସନ ଓ ଶ୍ରମ ବିଭାଗ ଅଧିକାରୀ ଙ୍କ ଶହ ଆଲୋଚନା କରି ସୁଦୂର ତାମିଲନାଡୁ ରୁ ଶବ ଫେରିବା ଓ ମୃତ ପରିବାର ବର୍ଗ ଙ୍କୁ ସରକାରୀ ଆର୍ଥିକ ସହାୟତା ପାଇବା ଭଳି ସମସ୍ତ ପ୍ରକାର ବ୍ୟବସ୍ଥା କରାଇଛନ୍ତି ଏଣୁ ଶ୍ରୀ ବାବୁଲି ଦାଦା ଙ୍କୁ ମୃତ ପରିବାର ବର୍ଗ ଓ ଗ୍ରାମବାସୀ ଆନ୍ତରିକ କୃତଜ୍ଞତା ଜଣାଇବା ଥିବା ବେଳେ ତାଙ୍କର ଏଭଳି ନିଃସ୍ୱାର୍ଥ ପର ସେବାକୁ ନର୍ଲା ଅଞ୍ଚଳବାସୀ ସାଧୁବାଦ୍ ଜଣାଇଛନ୍ତି

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ