Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦକ୍ଷିଣ ଆଫ୍ରିକା ଅଭିମୁଖେ ଯାତ୍ରା କଲା ଟିମ୍ ଇଣ୍ଡିଆ, ଡିସେମ୍ବର ୧୦ରୁ ଟି-୨୦ ସିରିଜ୍

ନୂଆଦିଲ୍ଲୀ: ଗୋଟିଏ ମାସର ଲମ୍ବା ସିରିଜ୍ ପାଇଁ ଭାରତୀୟ କ୍ରିକେଟ୍ ଦଳ ବୁଧବାର ଦକ୍ଷିଣ ଆଫ୍ରିକା ଅଭିମୁଖେ ଯାତ୍ରା ଆରମ୍ଭ କରିଛି। ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଗସ୍ତର ପ୍ରଥମ ମ୍ୟାଚ୍ ଡିସେମ୍ବର ୧୦ରେ ଖେଳାଯିବ। ଭାରତର ଯୁବ ବ୍ୟାଟର ତିଳକ ବର୍ମା ଓ ରିଙ୍କୁ ସିଂ ସାଥୀ ଖେଳାଳିଙ୍କ ସହ ସାମାଜିକ ଗଣମାଧ୍ୟମରେ ବିମାନ ଭିତରର ଏକ ଫଟୋ ସେୟାର କରିଛନ୍ତି। ଏଥିରେ ଭାରତୀୟ ଖେଳାଳି ଏକାଠି ବସିଥିବା ଦେଖିବାକୁ ମିଳିଛି।

ଦକ୍ଷିଣ ଆଫ୍ରିକା ବିପକ୍ଷରେ ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ଵାଧୀନ ଭାରତୀୟ ଦଳ ଡିସେମ୍ବର ୧୦ରୁ ଟି-୨୦ ସିରିଜ୍ ଖେଳିବ। ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜରେ ଅଷ୍ଟ୍ରେଲିଆକୁ ୪-୧ରେ ହରାଇବା ପରେ ଟିମ୍ ଇଣ୍ଡିଆର ଦ୍ଵିତୀୟ ପାହ୍ୟା ଦଳ ବେଙ୍ଗାଲୁରୁରୁ ଦକ୍ଷିଣ ଆଫ୍ରିକା ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି।

ରିଙ୍କୁ ସିଂ ଇନଷ୍ଟାଗ୍ରାମରେ ଏକ ଫଟୋ ସେୟାର କରିଛନ୍ତି, ଯେଉଁଥିରେ ଅର୍ଶଦୀପ ସିଂ ଓ କୁଲଦୀପ ଯାଦବ ନଜର ଆସୁଛନ୍ତି। ତିଳକ ବର୍ମା ମଧ୍ୟ ଏକ ଫଟୋ ସେୟାର କରିଛନ୍ତି, ଯେଉଁଥିରେ ଫିଲ୍ଡିଂ କୋଚ୍ ଟି ଦିଲୀପ ଓ ମହମ୍ମଦ ସିରାଜଙ୍କୁ ଦେଖିବାକୁ ମିଳିଛି।

ଭାରତ ଏହି ଗସ୍ତରେ ତିନୋଟି ଟି-୨୦, ତିନୋଟି ଦିନିକିଆ ଓ ଦୁଇଟି ଟେଷ୍ଟ ମ୍ୟାଚ୍ ଖେଳିବ। ଏହି ଟେଷ୍ଟ ମ୍ୟାଚ୍ ବିଶ୍ଵ ଟେଷ୍ଟ ଚାମ୍ପିଅନଶିପ ଅନ୍ତର୍ଗତରେ ଖେଳାଯିବ। ଦୁଇ ଦଳ ମଧ୍ୟରେ ପ୍ରଥମ ଟେଷ୍ଟ ଡିସେମ୍ବର ୨୬ରୁ ସେଞ୍ଚୁରିୟନରେ ଖେଳାଯିବ। ଏହି ଟେଷ୍ଟ ସିରିଜ୍ ଘରୋଇ ଦଳ ପାଇଁ ଡବ୍ଲ୍ୟୁଟିସିର ପ୍ରଥମ ମ୍ୟାଚ୍ ହେବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ