ଅତାବିରାରେ ବାଜି ମାରିଲା ବିଜେଡି
 
        ବରଗଡ: ବରଗଡ ଜିଲ୍ଲା ଅତାବିରା ଏନଏସିରେ ବିଜୟ ହାସଲ କରିଛି ବିଜେଡି। ୧୨ଟି ୱାର୍ଡରୁ ୧୧ଟିରେ ବିଜେଡି ପ୍ରାର୍ଥୀ ବିଜୟୀ ହୋଇଛନ୍ତି। ଗୋଟିଏ ୱାର୍ଡରେ କଂଗ୍ରେସ ବିଜୟୀ ହୋଇଛି। ଗତ ୩ ତାରିଖରେ ବରଗଡ ଅତାବିରା ଏନ୍ଏସି ପାଇଁ ମତଦାନ ହୋଇଥିଲା। ଆଜି ଏହାର ଫଳ ପ୍ରକାଶ ପାଇଛି। ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଏନଏସି ପାଇଁ ଏବେ ବି ଭୋଟ ଗଣତି ଚାଲିଛି।
ଅତାବିରା ଏନ୍ଏସିରେ ଅଧ୍ୟକ୍ଷ ପଦ ବିଜେଡି ହାତକୁ ଆସିଛି। ବିଜେଡିର ଅଧ୍ୟକ୍ଷ ପ୍ରାର୍ଥୀ ବନମାଳି ବରିହା ତାଙ୍କ ନିକଟତମ ପ୍ରାର୍ଥୀ କଂଗ୍ରେସର ସବିତା ଭୁଏଙ୍କ ଠାରୁ ୪ ହଜାରରୁ ଅଧିକ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି। ବିଜେଡି କର୍ମୀମାନେ ନାଚଗୀତ କରି ପରସ୍ପରକୁ ମିଠା ଖୁଆଇ ବିଜୟ ଉତ୍ସବକୁ ମନାଇଛନ୍ତି।

 
                        
 
                                 
                                 
                                 
                                 
                                