Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭି.ଏସ.ଏସ. ବ୍ୟାଡ଼ମୀଣ୍ଟନ ହଲରେଅହେତୁକ ଫି ବୃଦ୍ଧି:ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର ପ୍ରଦାନ

ସମ୍ବଲପୁର:ଡିସେମ୍ବର ୧ ତାରିଖରୁ ଓଡିଶା ସରକାରଙ୍କ ଅଧୀନରେ ଥିବା କ୍ରୀଡାଙ୍ଗନ ଓ ଇଣ୍ଡୋର ହଲ ମାନଙ୍କରେ ଖେଳିବା ପାଇଁ ୱେବ ସାଇଟ ମାଧ୍ୟମ ରେ ଅନଲାଇନ ବୁକିଂ ର ବ୍ୟବସ୍ଥା ଆରମ୍ଭ ହୋଇଛି l ଯାହା ମାଧ୍ୟମ ରେ ଖେଳାଳି ମାନେ ଖେଳିବା ପାଇଁ ସ୍ଲଟ ବୁକିଂ କରି ଖେଳିପାରିବେ l ଏହି ନିୟମ ଆରମ୍ଭ ହେବା ପୂର୍ବରୁ ସମସ୍ତ ଙ୍କୁ ସୂଚନା ଦିଆଯାଇଥିଲା ଯେ ଏହି ପେ ଏଣ୍ଡ ପ୍ଲେ ନିୟମ ଡିସେମ୍ବର ୨୦୨୩ ରୁ ଲାଗୁ ହେବ ଏବଂ ସୁଲଭ ମୂଲ୍ୟ ରେ ଖେଳାଳି ମାନେ ଖେଳି ପାରିବେ l ହେଲେ ଦୁର୍ଭାଗ୍ୟ ର ବିଷୟ ଏହି ଯେ, ଆଗରୁ ଏହି ଭି.ଏସ.ଏସ. ଇଣ୍ଡୋର ବ୍ୟାଡ଼ମୀଣ୍ଟନ ହଲ ରେ ଖେଳାଳି ମାନେ ମାସକୁ ୩୦୦, ୬୦୦ଟଙ୍କା ଫି ଦେଇ ଖେଳିବାର ସୁବିଧା ପାଉଥିବା ବେଳେ, ପେ ଏଣ୍ଡ ପ୍ଲେ ଯୋଜନା ଲାଗୁ ହେଲା ପରେ ତାହା ସିଧାସଳଖ ମାସକୁ ଏକ ହଜାର ଟଙ୍କା କରିଦିଆ ଯାଇଛି l ଯାହାକି ଖେଳାଳି ମାନଂକୁ ହାତୋତ୍ସାହିତ କରିଛି l ସେମାନେ କହିଛନ୍ତି ଯେ, ସରକାର ଖେଲୋ ଇଣ୍ଡିଆ, ଫିଟ ଇଣ୍ଡିଆ ପରି ଯୋଜନା ମାଧ୍ୟମ ରେ ଖେଳ ଓ ଖେଳାଳି ଙ୍କୁ ପ୍ରୋତ୍ସାହିତ କରୁଥିବା ବେଳେ ସରକାର ଙ୍କ ଦ୍ୱାରା ଏପରି ଅହେତୁକ ଫି ବୃଦ୍ଧି କରାଯିବା କ୍ଷୋଭ ର ବିଷୟ l ତେଣୁ, ଏହି ଫି ବୃଦ୍ଧି ବିଷୟରେ ସରକାର ତଥା କ୍ରୀଡା ଓ ଯୁବ ସେବା ବିଭାଗ ପୁନର୍ବିଚାର ପୂର୍ବକ ତୁରନ୍ତ ଖେଳାଳି ତଥା ସମାଜ ର ସବୁ ବର୍ଗ ଙ୍କୁ ସୁହାଇଲା ଭଳିଆ ଫି ଧାର୍ଯ୍ୟ କରାଯାଉ ବୋଲି ସମ୍ବଲପୁର ର ବ୍ୟାଡ଼ମୀଣ୍ଟନ ଖେଳାଳି ତଥା କ୍ରୀଡ଼ାପ୍ରେମୀ ମାନେ ଓଡିଶା ପ୍ରଦେଶ ର ମୁଖ୍ୟମନ୍ତ୍ରୀ ଙ୍କର ଉଦ୍ୟେଶ୍ୟ ରେ ଏକ ସ୍ମାରକ ପତ୍ର ଜିଲ୍ଲାପାଳ ଙ୍କର ଅନୁପସ୍ଥିତି ରେ ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ ଙ୍କୁ ପ୍ରଦାନ କରିଛନ୍ତି l
ଏଥି ସହ ବ୍ୟାଡ଼ମୀଣ୍ଟନ ଖେଳାଳି ମାନେ ଭି.ଏସ.ଏସ. ର ବିଭିନ୍ନ ଅନୁସାଙ୍ଗିକ ଅବ୍ୟବସ୍ଥା ତଥା ଦାୟିତ୍ୱ ରେ ଥିବା ବ୍ୟାଡ଼ମୀଣ୍ଟନ କୋଚ ସୁବ୍ରତ ପାଢ଼ୀ ଙ୍କର ମନମାନି ନୀତି, ବିଶେଷ ଭାବରେ ବିଶୃଙ୍ଖଳିତ ଆଚରଣ ବିଷୟ ମଧ୍ୟ ଖେଳାଳି ମାନେ ଉଲ୍ଲେଖ କରିଛନ୍ତି l
ଖେଳାଳି ମାନେ ଏହା ମଧ୍ୟ ଅଭିଯୋଗ କରିଛନ୍ତି ଯେ କୋର୍ଟ ତଥା ଶୌଚାଳୟ ଠିକ ଭାବରେ ସଫେଇ ହେଉନଥିବା ବେଳେ ଆଗରୁ ପଞ୍ଜିକୃତ ଖେଳାଳି ଙ୍କ ସହ ଯୋଗାଯୋଗ ନକରି ମନଇଚ୍ଛା ଯାହାକୁ ଚାହିଁଲେ ବିଭିନ୍ନ ସଂଗଠନ କୁ ମ୍ୟାଚ ପାଇଁ ବ୍ୟାଡ଼ମୀଣ୍ଟନ କୋର୍ଟ କୁ ଦେଇଦେଉଛନ୍ତି l ଯଦ୍ୱାରା ନିୟମିତ ଖେଳୁଥିବା ଖେଳାଳି ମାନେ ଅସୁବିଧାର ସମ୍ମୁଖୀନ ହେଉଥିବାବେଳେ ତାଙ୍କର ଖେଳ ବାଧାପ୍ରାପ୍ତ ହେଉଛି l
ଏହି ସ୍ମାରକ ପତ୍ର ଅବିକଳ ନକଲ ଉତ୍ତରାଞ୍ଚଳ ରାଜସ୍ବ କମିଶନର, କ୍ରୀଡା ଓ ଯୁବ ବ୍ୟାପାର ବିଭାଗୀୟ ମନ୍ତ୍ରୀ, ସଚିବ, କ୍ରୀଡା ଓ ଯୁବ ବ୍ୟାପାର ବିଭାଗ, ଅଧ୍ୟକ୍ଷ,୫ଟି ଓଡିଶା ଙ୍କୁ ପଠାଯାଉଛି l
ଏହି ସ୍ମାରକ ପତ୍ର ପ୍ରଦାନ ଅବସରରେ ବିଶ୍ୱଜିତ ଦୋରା, ପ୍ରଣବ ପଟ୍ଟନାୟକ, ମହମ୍ମଦ ସାଦିକ ଶାହ, ସୂର୍ଯ୍ୟ ପାଣିଗ୍ରାହୀ, ପ୍ରକାଶ ନାୟକ, ଅଶ୍ୱିନୀ କୁମାର ଷଡ଼ଙ୍ଗୀ, ସତ୍ୟ ଦାଶ ସ୍ୱରୂପ କୁମାର ପୁରୋହିତ, ଅଶ୍ୱିନୀ କୁମାର ସା, ସରୋଜ ଆଚାର୍ଯ୍ୟ, ବିନୟ କୁମାର ପଟଯୋଶୀ, ଜୀବନ କୁମାର ହୋତା, ଅଜୟ ଅଗ୍ରୱାଲ, ସଲିମ ଖାନ, ବିଶ୍ୱଜିତ ପଣ୍ଡା, ଡାକ୍ତର ହରପ୍ରସାଦ ପ୍ରଧାନ, ବିଶ୍ୱଜିତ ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ l
ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ ଙ୍କ ସହ ଆଲୋଚନା ସମୟରେ ଶ୍ରୀ ସାହୁ ପ୍ରତିନିଧି ଖେଳାଳି ମାନଙ୍କୁ ପ୍ରତିଶୃତି ଦେଲେ ଯେ, ସେ ଏହି ଅନୁସାଙ୍ଗିକ ସମସ୍ୟା ବିଷୟରେ ଜିଲ୍ଲାପାଳ ଙ୍କର ସହ ଆଲୋଚନା କରିବେ ଏବଂ ଆବଶ୍ୟକ ମୁତାବକ ସମସ୍ୟା ର ସମାଧାନ ଦିଗରେ କାର୍ଯ୍ୟ କରିବୁ ବୋଲି ଆଲୋଚନା ସମୟରେ ପ୍ରକାଶ କରିଥିଲେ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ