Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦୟା ନଦୀ ହେବ ପ୍ରଦୂଷଣମୁକ୍ତ, ସ୍ଵେରେଜ କାମ ଶୀଘ୍ର ସାରିବାକୁ ଓ୍ଵାଟକୋକୁ ପାଣ୍ଡିଆନଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ଦୟା ନଦୀ ପାଣିକୁ ପ୍ରଦୂଷଣମୁକ୍ତ ରଖାଯିବା ଉପରେ  5T ତଥା ନବୀନ ଓଡିଶାର ଅଧ୍ୟକ୍ଷ ଶ୍ରୀ ଭି.କେ. ପାଣ୍ଡିଆନ ଗୁରୁତ୍ୱାରୋପ କରିଛନ୍ତି ଏବଂ ଏ ସମ୍ପର୍କରେ ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ପାଇଁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ନଗର ଉନ୍ନୟନ ବିଭାଗ ଏବଂ ଭୁବନେଶ୍ୱର ମହାନଗର ନିଗମକୁ ସେ ନିର୍ଦ୍ଦେଶ ଦେଇଛନ୍ତି।

ଦୟା ନଦୀର ଜଳକୁ ବିଶୁଦ୍ଧ ରଖିବା ସଂକ୍ରାନ୍ତରେ ଆଜି 5T ତଥା ନବୀନ ଓଡିଶାର ଅଧ୍ୟକ୍ଷ ଶ୍ରୀ ଭି.କେ. ପାଣ୍ଡିଆନଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଅନୁଯାୟୀ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ଥିବା ବିଭିନ୍ନ ପ୍ରତିଷ୍ଠାନର ଦୂଷିତ ଜଳକୁ ସ୍ୱେରେଜ ଲାଇନ୍ ସହିତ ସଂଯୋଗ କରିବା ପାଇଁ ବ୍ୟାଧତାମୂଳକ କରାଯାଇଛି। ଏହା ସହିତ BMCର ସବୁ ଘର ଯେପରି ସ୍ୱେରେଜ ଲାଇନ୍ ସହିତ ଶୀଘ୍ର ସଂଯୁକ୍ତ ହୋଇପାରିବ ସେ ଦିଗରେ ମଧ୍ୟ ସଚେତନତା ସୃଷ୍ଟି କରିବାପାଇଁ ଶ୍ରୀ ପାଣ୍ଡିଆନ ନିର୍ଦ୍ଦେଶ ଦେଇଥିଲେ।

ଭୁବନେଶ୍ୱରରେ ୱାଟ୍କୋ ପକ୍ଷରୁ ବିଭିନ୍ନ ଅଞ୍ଚଳରେ ସ୍ୱେରେଜ କାମ ଚାଲିଛି। ବିଭିନ୍ନ ଏଜେନ୍ସି ସହ ସମନ୍ୱୟ  ରକ୍ଷାକରି କାମ କଲେ ଜନସାଧାରଣଙ୍କ ବିଶେଷ ଅସୁବିଧା ହେବ ନାହିଁ ବୋଲି ଶ୍ରୀ ପାଣ୍ଡିଆନ ମତଦେବା ସହିତ ସ୍ୱେରେଜ କାମ ତ୍ୱରାନ୍ୱିତ କରି ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଶେଷ କରିବା ଏବଂ ବସ୍ତି ସମେତ ସହରର ସବୁ ଅଞ୍ଚଳ ଯେପରି ସ୍ୱେରେଜ ବ୍ୟବସ୍ଥା ସହିତ ସଂଯୁକ୍ତ ହେବ ସେଦିଗରେ ପଦକ୍ଷେପ ନେବା ପାଇଁ ଶ୍ରୀ ପାଣ୍ଡିଆନ ୱାଟ୍କୋକୁ ନିର୍ଦ୍ଦେଶ ଦେଇଥିଲେ।

ଦୟା ନଦୀର ଜଳକୁ ବିଶୁଦ୍ଧ କରିବା ପାଇଁ ଦୟା ଓ ଗଙ୍ଗୁଆର ସଂଯୋଗ ସ୍ଥଳରେ ୱାଟ୍କୋ ପକ୍ଷରୁ ଅତ୍ୟାଧୁନିକ ବୈଷୟିକ ଜ୍ଞାନକୌଶଳଯୁକ୍ତ ଏକ ବିଶୋଧନ ପ୍ଲାଣ୍ଟ ନିର୍ମାଣ କରିବା ପାଇଁ ବୈଠକରେ ନିଷ୍ପତ୍ତି ହୋଇଥିଲା। ଭୁବନେଶ୍ୱର ସହରରେ ବିଭିନ୍ନ ଶିଳ୍ପାନୁଷ୍ଠାନ ମଧ୍ୟ ରହିଛି। ସେମାନଙ୍କର ବର୍ଜ୍ୟବସ୍ତୁ ଓ ଜଳର କିପରି ଉପଯୁକ୍ତ ବିଶୋଧନ କରାଯାଇପାରିବ ସେଥିପାଇଁ IDCO, State Pollution Control Board ଓ BMC ପକ୍ଷରୁ ନିୟମିତ ଯାଞ୍ଚ କରାଯିବ।

ଭୁବନେଶ୍ୱର ସହରର ବିଭିନ୍ନ ନର୍ଦ୍ଦମା ଜଳ ବିଶୋଧନ ପ୍ଲାଣ୍ଟରେ ପହଞ୍ଚିବା ପୂର୍ବରୁ ସେଗୁଡିକର WATCO ଓ SPCB ପକ୍ଷରୁ ନିୟମିତ ବୈଷୟିକ ଯାଞ୍ଚ ପାଇଁ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ଦୟା ନଦୀର ଜଳକୁ ବିଶୁଦ୍ଧ ରଖିବାପାଇଁ, BMC ଅଞ୍ଚଳର ବର୍ଜ୍ୟବସ୍ତୁ ସୃଷ୍ଟିକାରୀ ଶିଳ୍ପ ତଥା ଅନ୍ୟ ପ୍ରତିଷ୍ଠାନଗୁଡିକ ଉପରେ ତୀକ୍ଷ୍ଣ ନଜର ରଖି ଏହାର ନିୟନ୍ତ୍ରଣ ପାଇଁ ପଦକ୍ଷେପ ନେବାକୁ BMCକୁ ଶ୍ରୀ ପାଣ୍ଡିଆନ ନିର୍ଦ୍ଦେଶ ଦେଇଥିଲେ।

 BDA ର  ଉପାଧ୍ୟକ୍ଷ ଶ୍ରୀ  ବଲୱନ୍ତ  ସିଂ  ଅଧ୍ୟକ୍ଷତାରେ  ଗଠିତ  ଦୟା  ଟାସ୍କ  ଫୋର୍ସ  ଦୟା  ନଦୀ  ପାଣି  କୁ  ବିଶୁଦ୍ଧ  ରଖିବା  ପାଇଁ  ବିଭିନ୍ନ   agency  ସହିତ  ସମନ୍ଵୟ  ରଖି  ପଦକ୍ଷେପ ନେଇଛି। ବୈଠକରେ  ଶ୍ରୀ  ବଳବନ୍ତ  ସିଂହ ନିଆ ଯାଇଥିବା  ପଦକ୍ଷେପ ସମ୍ପର୍କରେ  ଏକ  presentation  ଉପସ୍ଥାପିତ  କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ