Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କାହା ସ୍ବାର୍ଥ ପାଇଁ ବ୍ଲକ ସ୍ତରୀୟ ନିଯୁକ୍ତି ମେଳା ଓ ପରାମର୍ଶ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ

କଳାହାଣ୍ଡି, ୦୭/୧୨ (ଜଗନ୍ନାଥ ନାଏକ) : କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ପଞ୍ଚାୟତ ସମିତି ସଭାଗୃହରେ ବୁଧବାର ଜିଲ୍ଲା କର୍ମ ନିଯୁକ୍ତି ବିଭାଗ ପକ୍ଷରୁ ବ୍ଲକ ସ୍ତରୀୟ ପରାମର୍ଶ ଶିବିର ନାହିଁ ନାହିଁ ରେ ଅନୁଷ୍ଠିତ ହୋଇଯାଇଛି। ଏହି କର୍ମ ନିଯୁକ୍ତି ପରାମର୍ଶ ଶିବିର ବଡ ଧରଣରେ ପଞ୍ଚାୟତ ସମିତି ପ୍ରାଙ୍ଗଣରେ ଆୟୋଜିତ ହେବା ବଦଳରେ ପଞ୍ଚାୟତ ସମିତି ସଭାଗ୍ରୃହ ଠାରେ ପରାମର୍ଶ ଶିବିର ଆୟୋଜନ କରାଯାଇଥିଲା, ତେବେ ଏହା କେତେ ଯୁକ୍ତିଯୁକ୍ତ ବିଷୟ ହୋଇ ଥାଇପାରେ ତାହା ସହଜରେ ଅନୁମାନ କରାଯାଇପାରେ। ଏହି ପରାମର୍ଶ ଶିବିର ବିଷୟରେ ଅଞ୍ଚଳର ଅଧିକାଂଶ ଶିକ୍ଷିତ ବେକାରୀ ଯୁବକ ଯୁବତୀ ଓ ବିକଳାଙ୍ଗ ମାନେ ଖବର ପାଇ ପାରିନଥିଲେ। ଏଥିରେ ସମୀତ କିଛି ଛାତ୍ର ମାନେ ହିଁ ଉପସ୍ଥିତ ରହିଥିବା ଦେଖିବାକୁ ମିଳିଥିଲା। ଏଭଳି ଗୁରୁତ୍ୱ ପୂର୍ଣ୍ଣ କାର୍ଯ୍ୟକ୍ରମକୁ ବ୍ଳକ ପ୍ରଶାସନ ବିଭାଗୀୟ ଅଧିକାରୀ ଅବହେଳା କରୁଥିବା ଭଳି ମନେହୁଏ, ଅଞ୍ଚଳ ପାଇଁ ଏହି କାର୍ଯ୍ଯକ୍ରମ ଗୁଡିକ ଗୁରୁତ୍ୱ ରହୁଥିବା ବେଳେ ଏହା ତ୍ରୁଟିର କାରଣ କଣ ହୋଇଥାଇପାରେ, ତେବେ ଏଥିରେ କାହାର ଦୋଷ ରହୁଛି ବ୍ଳକ ପ୍ରଶାସନର ନା ଜିଲ୍ଲା ପ୍ରଶାସନର ପ୍ରଶ୍ନବାଚୀ ସୃଷ୍ଟି କରୁଅଛି। ପରାମର୍ଶ ଶିବିରରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଧ୍ରୃବ ଚରଣ ମଦୁଲି, ଓ ଲଏମ ବ୍ଲକ ସଂଯୋଜକ ସୌମ୍ୟ ମହାପାତ୍ର ଉପସ୍ଥିତ ରହିଥିଲେ। ଥୁଆମୂଳ ରାମପୁର ବ୍ଲକର ୨୪ଗୋଟି ଗ୍ରାମପଞ୍ଚାୟତରୁ ଅଧିକରୁ ଅଧିକ ଶିକ୍ଷିତ ବେକାରୀ ଯୁବକ ଯୁବତୀ ଅଂଶଗ୍ରହଣ କରିବା ଜରୁରୀ ରହିଥିଲା କିନ୍ତୁ ଏହି ଖବର ଜାଣିପାରିନଥିଲେ, ତେଣୁ ଶିବିରେ ଅଧିକାଂଶ ଯୁବକ ଯୁବତୀ ଭିନ୍ନକ୍ଷମ ମାନେ ଅଂଶଗ୍ରହଣ କରିପାରିଲେ ନାହିଁ, କେବଳ କିଛି ହାତ ଗଣତି ଛାତ୍ର ଓ ଯୁବତୀଙ୍କ ଉପସ୍ଥିତିରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏଥିରେ ବିଭିନ୍ନ ବିଭାଗର ତାଲିମ ଦାତା ସଂସ୍ଥା ର କର୍ମକର୍ତ୍ତା ଉପସ୍ଥିତ ରହି ନିଜ ନିଜ ସଂସ୍ଥା ରେ ଉପଲବ୍ଧ ହେଉଥିବା କାର୍ଯ୍ଯ ଗୁଡିକ ଉପରେ ସେମାନେ ନିଜ ନିଜ ମତ ପ୍ରକାଶ କରି ପୁଙ୍ଖାନୁପୁଙ୍ଖ ଭାବରେ ବୁଝାଇଥିଲେ। ସେମାନେ ବେକାରୀ ଶିକ୍ଷିତ ଯୁବକ ଯୁବତୀ ଙ୍କ ତାଲିମ୍ ସୁଯୋଗ ସୃଷ୍ଟି କରିବା ନେଇ ବିଭିନ୍ନ ସଂସ୍ଥା ରେ ଦରଖାସ୍ତ ଆହ୍ବାନ କରୁଥିବା ଜଣାଇଥିଲେ। ତେଣୁ ବେକାରୀ ଯୁବକ ଯୁବତୀ ମାନେ ଦକ୍ଷତା ଅନୁସାରେ ନିଜ ନିଜ ପସନ୍ଦରେ ବିଭିନ୍ନ ତାଲିମ୍ ସଂସ୍ଥା ମାନଙ୍କରେ ଆବେଦନ କରିପାରିବେ। ତାଲିମ ସଂସ୍ଥା ଗୁଡିକରେ ଅନେକ ସୁବିଧା ସୁଯୋଗ ରହିଥିବା ନେଇ ସଂସ୍ଥା ମାନଙ୍କର କର୍ମକର୍ତ୍ତା ମାନେ ନିଜ ନିଜ ସଂସ୍ଥାର ସୁବିଧା ସୁଯୋଗ ଉପରେ ବୁଝାଇଥିବା ଜଣାପଡିଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ