Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବୀରମହାରାଜପୁର ଅଞ୍ଚଳରେ ଝିପିଝିପି ଅଦିନିଆ ବର୍ଷା ଯୋଗୁଁ ଧାନ ଫସଲ ନଷ୍ଟ ; କ୍ଷତି ପୂରଣ ଦାବି

ବୀରମହାରାଜପୁର : (ସୌମିତ୍ରି ମେହେର) ବାତ୍ୟା “ମିଗଜୋମ” ପ୍ରଭାବ ଯୋଗୁଁ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡ ଅଞ୍ଚଳର ବିଭିନ୍ନ ସ୍ଥାନରେ ରେ ଗତ ଦୁଇ ଦିନ ଧରି ଝିପିଝିପି ଅଦିନିଆ ବର୍ଷା ଲାଗି ରହିଛି । ବର୍ଷା ହେବା ଫଳରେ ଚାଷଜମିରେ କଟା ଧାନ ସବୁ ଓଦା ହୋଇଥିବାର ଦେଖିବାକୁ ମିଳୁଛି। ଯାହା ଫଳରେ ଚିନ୍ତାରେ ଚାଷୀ।ଧାନ ଅମଳ ସମୟରେ ଦାଉ ସାଧିଲା ବର୍ଷା। ଏବେ ବିଲରେ କଟା ଧାନ ପେଟା ପଡିଥିବା ବେଳେ ଆଉ କେତେକ ଯାଗା ବିଲରେ ଧାନ ଖରି କରି ରଖିଛନ୍ତି । ଅଦିନିଆ ବର୍ଷା ଯୋଗୁଁ ଚାଷୀ ର ଧାନ ପେଟା ଭିଜି ଗଜା ହେବାକୁ ବସିଲାଣି । ପ୍ରଶାସନ ତରଫରୁ କ୍ଷୟ କ୍ଷତିର ହିସାବ କରି ଚାଷୀଙ୍କୁ ସହାୟତା ଦେବାକୁ ଚାଷୀମାନେ ଦାବି କରିଛନ୍ତି ।