Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବାତ୍ୟା ମିଗଜମ ଚାଲିଯାଇଛି, କିନ୍ତୁ ଛାଡି ଯାଇଛି ଅନେକ ଦୁଃଖ

ଲକ୍ଷ୍ମୀପୂର ୦୭.୧୨..ବାତ୍ୟା ଛାଡ଼ିଛି, କିନ୍ତୁ ଛାଡିଯାଇଛି ଅନେକ ଦୁଃଖ, ଉପାନ୍ତ କୋରାପୁଟ ଜିଲ୍ଲା ଲକ୍ଷ୍ମୀପୂର ଓ ନାରାୟଣପାଟଣା ର ବିଭିନ୍ନ ସ୍ଥାନରେ ମାଟି ଅତଡ଼ା ଖସି ରାସ୍ତା ଅବରୋଧ ହୋଇଥିବାର ଦେଖିବାକୁ ମିଳିଥିଲା।  ଲକ୍ଷ୍ମୀପୂର ବ୍ଲକ୍ କାକିରିଗୁମ୍ମା ଥାନା ତଳମିଟିଂ ଗାଁ ରାସ୍ତାରେ ମଧ୍ୟ ମାଟି ଅତଡା ଖସି ରାସ୍ତା ଅବରୋଧ ହୋଇଥିଲା ,ମାଟି ଅତଡ଼ା ଖସିବା ଯୋଗୁଁ ଗାଡ଼ି ଚଲା ଚଳ ବାଧାପ୍ରାପ୍ତ ହୋଇଥିଲା । ।ଅନେକ ଚାଷୀ ପ୍ରଭାବିତ ହୋଇଛନ୍ତି, ବିଲ ରୁ ଧାନ ଅମଳ ସମୟରେ ବାତ୍ୟା ର ପ୍ରଭାବରେ ବର୍ଷା କାରଣରୁ ଚାଷୀ କ୍ଷତି ସହିଥିବା ବେଳେ ଆଜି ବର୍ଷା କମିବା ପରେ ଧାନ ଖଳା କୁ ଭିଜି ଯାଇଥିବା ଧାନ ନେଉଥିବା ର ଦେଖିବା କୁ ମିଳିଛି। ପ୍ରଶାସନ କୁ ନିର୍ଦେଶ ମିଳିଥିଲେ ମଧ୍ୟ କା ଭାଁ ଗାଁ ମାନଙ୍କ ରେ ରିପୋର୍ଟ ସଂଗ୍ରହ ସକାଶେ ତହସିଲ ବିଭାଗ କର୍ମଚାରୀ ଯିବାର ଦେଖିବା କୁ ମିଳିଛି।ସେହିପରି ପରଡିଗୁଡାଗାଁ ର ଜଣଙ୍କ ଘର,ଖାଲୋକଣା ଗାଁ ର ୨ଟି ଘର ଓ  କାକିରିଗୁମା ର ଜଣଙ୍କ ଘର ଆଂଶିକ କ୍ଷତି ହୋଇଥିବା ବେଳେ ସେମାନଙ୍କୁ ପଲିଥିନ ପ୍ରଦାନ କରାଯାଇଥିବା ରାଜସ୍ୱ ନିରୀକ୍ଷକ ବିନାୟକ ସିରିକା ପ୍ରକାଶ କରିଛନ୍ତି, ଆସନ୍ତା କାଲି ଠାରୁ ଶସ୍ୟ କ୍ଷୟ କ୍ଷତି ସମ୍ପର୍କ ରେ ରିପୋର୍ଟ ସଂଗ୍ରହ କରାଯିବ ବୋଲି ସେ କହିଛନ୍ତି।ବାତ୍ୟା ମିଗଜୋମ ପ୍ରଭାଵ କୋରାପୁଟ ଜିଲ୍ଲା ନାରାୟଣପାଟଣା ଥାନା ପଡ଼ାପଦର ପଂଚାୟତ ବୋରିପୁଟ ଗାଁ ନିକଟରେ ମଧ୍ୟ   ମାଟି ଅତଡା ଖସି ରାସ୍ତା ଅବରୋଧ ହୋଇଥିବା ବେଳେ ବଡ ବଡ ପଥର  ରାସ୍ତା ଉପରେ ପଡିରହିଥିଲା । ଗତକାଲି ମଧ୍ଯ ରାତ୍ରରୁ ରାସ୍ତା ଅବରୋଧ ହୋଇଥିଲା ।  ଘଟଣା ସ୍ଥଳରେ ନାରାଣପାଟଣାଠାରେ ଅଗ୍ନିଶମ ବାହିନୀର ଟିମ୍ ଉପସ୍ଥିତ ହୋଇ ରାସ୍ତା ସଫା କରିଥିଲେ।ନାରାୟଣପାଟଣା ବ୍ଲକ୍ ମୁଣ୍ଡଗଡତି ଗାଁ ରେ ମଧ୍ୟ ବାତ୍ୟା ପ୍ରଭାଵ ରେ ଲଗାଣ ବର୍ଷା ଯୋଗୁଁ ୧୦ ରୁ ଉର୍ଦ୍ଧ୍ବ ଗାଈଙ୍କ ର ମୃତ୍ୟ ହୋଇଛି