Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କାର୍ଯ୍ୟରତ ଶିକ୍ଷକ-ଶିକ୍ଷୟତ୍ରୀଙ୍କୁ ଟାବଲେଟ ପିସି ବଣ୍ଟନ

କନ୍ଧମାଳ:(ସଞ୍ଜୟ କୁମାର ପାଣିଗ୍ରାହୀ):, କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ଫିରିଙ୍ଗିଆ ବ୍ଲକ ରେ ବିଭିନ୍ନ ବିଦ୍ୟାଳୟରେ କାର୍ଯ୍ୟରତ ପ୍ରଧାନ ଶିକ୍ଷକ ଓ ସହକାରୀ ଶିକ୍ଷକ ମାନଙ୍କୁ ଟାବଲେଟ ପିସି ବଣ୍ଟନ କରାଯାଇଛି। ଗୋଷ୍ଠୀଶିକ୍ଷା ଅଧିକାରୀ ଅଶୋକ କୁମାର ମିଶ୍ର, ଅତିରିକ୍ତ ଗୋଷ୍ଠୀଶିକ୍ଷା ଅଧିକାରୀ ସବିତା ପାଣିଗ୍ରାହୀଙ୍କ ଉପସ୍ଥିତିରେ ଟାବଲେଟ ପିସି ପ୍ରଦାନ କରାଯାଇଥିବା ବେଳେ ଟାବଲେଟ ଦ୍ୱାରା ବିଦ୍ୟାଳୟର ବିଭିନ୍ନ ତଥ୍ୟ ଯାହାକି ଶିକ୍ଷକ, ଛାତ୍ରଛାତ୍ରୀ ମାନଙ୍କ ସବିଶେଷ ବିବରଣୀ ଏଠାରେ ରହିବା ସହ ପ୍ରତିଦିନ ବିଦ୍ୟାଳୟର ସମ୍ପୂର୍ଣ୍ଣ ତଥ୍ୟ କାର୍ଯ୍ୟାଳୟକୁ ପ୍ରଦାନ କରାଯିବ ବୋଲି କୁହାଯାଇଥିଲା।ଏହା ଏସଏମଇ ଭୁବନେଶ୍ୱର ଦ୍ୱାରା ପ୍ରଦାନ କରାଯାଇଥିବା ଫିରିଙ୍ଗିଆ ବ୍ଲକରେ ସମୁଦାୟ ୭୦୬ ଜଣ ଶିକ୍ଷକ ଶିକ୍ଷୟତ୍ରୀ ଅଛନ୍ତି । ସେଥିମଧ୍ୟରୁ ପ୍ରଥମ ପର୍ଯ୍ୟାୟ ରେ ୪୦୫ ଜଣ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଏହି ଟାବଲେଟ ପିସି ପ୍ରଦାନ କରାଯିବ ବୋଲି ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ତରଫରୁ ସୂଚନା ମିଳିଛି। ତେବେ ଆଗାମୀ ଦିନରେ ପ୍ରତ୍ୟେକ ବିଦ୍ୟାଳୟର ଶିକ୍ଷକ-ଶିକ୍ଷୟତ୍ରୀମାନଙ୍କୁ ଟାବଲେଟ ପ୍ରଦାନ କରାଯିବ ବୋଲି ଜଣାପଡିଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ