Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଭିନ୍ନ ଜଙ୍ଗଲ ବୁଲି ଦେଖିଲେ ନାସା ବୈଜ୍ଞାନିକ

କନ୍ଧମାଳ:(ସଞ୍ଜୟ କୁମାର ପାଣିଗ୍ରାହୀ): ଜଳବାୟୁ ପରିବର୍ତ୍ତନ ଏବେ ସମଗ୍ର ବିଶ୍ବ ପାଇଁ ଏକ ପ୍ରମୂଖ ସମସ୍ୟା ପାଲଟିଛି। ଏହି ପରିପ୍ରେକ୍ଷୀରେ ଜଙ୍ଗଲ ସୁରକ୍ଷା ପରିବେଶବିଦ ମାନଙ୍କ ପାଇଁ ଏକ ଆହ୍ବାନ ହୋଇଛି। ଗ୍ଲୋବାଲ ଓ୍ବାର୍ମିଙ୍ଗ ରୋକିବା ଦିଗରେ ବନ୍ୟ ସମ୍ପଦ କେତେଦୂର ସହାୟକ ହେଉଛି ସେ ନେଇ ଅନୁଧ୍ୟାନ କରୁଛନ୍ତି ପରିବେଶ ବୈଜ୍ଞାନିକ। ଏ ପରିପ୍ରେକ୍ଷୀରେ ନାସାର ବୈଜ୍ଞାନିକ ମାନେ କନ୍ଧମାଳ ଜିଲ୍ଲାର ବିଭିନ୍ନ ଜଙ୍ଗଲ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି। ବନ ବିଭାଗ ଅଧିକାରୀ ମାନଙ୍କ ସହିତ ନାସାର ବୈଜ୍ଞାନିକ ଅନୁଜ ପରିହାର,ନାଗରାଜ ବେଲ୍ଲାପୁ ଓ ଶୁଭଙ୍କର ଘୋଷ ଫିରିଙ୍ଗିଆ ବନାଞ୍ଚଳର ଡମପିଡିଆ, ବାଲି ପଦର, ନୂଆପଦର, ସାରତାପାଜୁ, ରୁଗୁଡିସାହି, କରେକାମ୍ବା, ଗଣ୍ଡାପଡା ଜଙ୍ଗଲ ବୁଲି ଦେଖିଛନ୍ତି। ବିଭିନ୍ନ ପ୍ରକ୍ରିୟାରେ ସୃଷ୍ଟି ହେଉଥିବା ଅଙ୍ଗାରକାମ୍ଳର ପ୍ରଭାବ ରୋକିବାରେ ବୃକ୍ଷ ଲତା କେତେଦୂର ସହାୟକ ହେଉଛି ସେ ନେଇ ଅନୁଧ୍ୟାନ କରିଥିଲେ ପରିବେଶ ବୈଜ୍ଞାନିକ। ଏ ଦିଗରେ ବନ ବିଭାଗ ପକ୍ଷରୁ ନିଆ ଯାଉଥିବା ବିଭିନ୍ନ ଯୋଜନା ଏ ଦିଗରେ କେତେ ଫଳପ୍ରଦ ହେଉଛି ସେ ବିଷୟରେ ମଧ୍ୟ ଅନୁଧ୍ୟାନ କରିଛନ୍ତି ପର୍ଯ୍ୟବେକ୍ଷକ ଦଳର ସଦସ୍ୟମାନେ। ବନ ସମ୍ପଦର ସୁରକ୍ଷା ପାଇଁ ଆଗକୁ ଅଧିକ କେଉଁ ପଦକ୍ଷେପ ନିଆ ଯାଇ ପାରିବ ସେ ନେଇ ବନ ବିଭାଗର ଅଧିକାରୀ ମାନଙ୍କ ସହିତ ଆଲୋଚନା କରିଛନ୍ତି। ଏହି ପରିଦର୍ଶନ ସମୟରେ ବନ ବିଭାଗ ଅଧିକାରୀ ଅତୁଲ ଜିନ୍ଦଲ, ସ୍ବୟମ ମଲ୍ଲିକ, ୟୋଗେଶ କୁମାର,ଏସିଏଫ ମଳୟ ରଞ୍ଜନ କାଲୋ, ଫିରିଙ୍ଗିଆ ରେଞ୍ଜର ରବୀନ୍ଦ୍ରନାଥ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ