Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଓଡିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ମହିଳା ପରିବେଶ

06.12.2023 ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ “ଏକବିଂଶ ଶତାବ୍ଦୀରେ ମହିଳା: ପରିବେଶ ଓ ନିରନ୍ତର ବିକାଶ” ଶୀର୍ଷକ ଅନ୍ତର୍ଜାତୀୟ ସମ୍ମିଳନୀ
ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ସମାଜବିଜ୍ଞାନ ବିଭାଗ ପକ୍ଷରୁ ୱାର୍ଲ୍ଡ ସେଣ୍ଟର ଫର୍ ଓମେନ୍ସ ଷ୍ଟଡିଜ୍ ସହଯୋଗରେ ‘ଏକବିଂଶ ଶତାବ୍ଦୀରେ ମହିଳା: ପରିବେଶ ଓ ନିରନ୍ତର ବିକାଶ’ ଶୀର୍ଷକ ତିନିଦିନିଆ ଆନ୍ତର୍ଜାତିୟ ସମ୍ମିଳନୀ ଆସନ୍ତା ଡିସେମ୍ବର ୭ ଓ ୯ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି । ଏହି ସମ୍ମିଳନୀର ଉପ-ବିଷୟବସ୍ତୁ ଗୁଡ଼ିକ ହେଲା ମହିଳା, ସମଗ୍ର ବିଶ୍ୱରେ ପ୍ରକୃତିର ପୋଷଣ, ସାହିତ୍ୟରେ ଲିଙ୍ଗ ଓ ପରିବେଶ, ଚଳଚ୍ଚିତ୍ର ଓ ଥିଏଟର, ମହିଳା ଓ ପରିବେଶ ଆନ୍ଦୋଳନ- ନୀତି ଦୃଷ୍ଟିକୋଣ, ମହିଳା ଏବଂ ନିରନ୍ତର ବିକାଶ। ଏହି ସମ୍ମିଳନୀର ସଫଳତା ପାଇଁ ବିଶ୍ୱବିଦ୍ୟାଳୟର ମାନ୍ୟବର କୁଳପତି ପ୍ରଫେସର ଚକ୍ରଧର ତ୍ରିପାଠୀ ଶୁଭେଚ୍ଛା ଜଣାଇଛନ୍ତି।
ଏଠାରେ ସୂଚନା ଯୋଗ୍ୟ ଯେ ଯୁଦ୍ଧ ବିଭୀଷିକା: ମହିଳା, ପରିବେଶ- ସାକ୍ଷ୍ୟ ଉପରେ ଏକ ସ୍ୱତନ୍ତ୍ର ଅଧିବେଶନ ଅନୁଷ୍ଠିତ ହେବ । ପୋଲାଣ୍ଡର ପୋଜାନସ୍ଥିତ ଆଡାମ ମିକିଭିଜ୍ ବିଶ୍ୱବିଦ୍ୟାଳୟର ଇତିହାସ ଓ ୟୁରୋପୀୟ ସଂସ୍କୃତି ପ୍ରତିଷ୍ଠାନ ପକ୍ଷରୁ ଅନ୍ଲାଇନ୍ ମାଧ୍ୟମରେ ଏହି ସ୍ୱତନ୍ତ୍ର ଅଧିବେଶନ ଆୟୋଜନ କରାଯିବ।
ଏହି ସମ୍ମିଳନୀରେ ବିଭିନ୍ନ ବିଷୟବସ୍ତୁ ଓ ଉପ-ବିଷୟବସ୍ତୁ କୁ ନେଇ ପ୍ରାୟ ୭୦ଟି ପେପର ଉପସ୍ଥାପନ କରାଯିବ। ବିଦେଶ ଏବଂ ଭାରତରୁ ଆସିଥିବା ପ୍ରାୟ ୩୦ ଜଣ ପ୍ରତିଯୋଗୀ ଫିଜିକାଲ ମୋଡରେ ପେପର ଉପସ୍ଥାପନ କରିବେ ଏବଂ ବାକି ପ୍ରତିଯୋଗୀମାନେ ଅନଲାଇନ ମାଧ୍ୟମରେ ସମ୍ମିଳନୀରେ ଯୋଗ ଦେବେ ।
ସମାଜବିଜ୍ଞାନ ବିଭାଗର ଆସୋସିଏଟ୍ ପ୍ରଫେସର ତଥା ଏଚ୍ଓଡି ଡ. କପିଳା ଖେମୁଣ୍ଡୁ ଏବଂ ଆମେରିକାର ନ୍ୟୁୟର୍କସ୍ଥିତ ବଫେଲୋ ବିଶ୍ୱବିଦ୍ୟାଳୟର ୱାର୍ଲ୍ଡ-ସିଡବ୍ଲ୍ୟୁଏସ୍ ର ସଭାପତି ଡ. ବାର୍ବରା ୱେଜନାର୍ଟ ଏହି ସମ୍ମିଳନୀର ଆୟୋଜନ ସମ୍ପାଦକ ଅଛନ୍ତି। ସମାଜବିଜ୍ଞାନର ବିଶେଷଜ୍ଞ ତଥା ସମ୍ବଲପୁର ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ବି.ସି.ବାରିକ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଏହି ସମ୍ମିଳନୀ ଆୟୋଜନ ପାଇଁ ପଦକ୍ଷେପ ନେଇଥିଲେ। ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ସମ୍ମିଳନୀର ଆବାହକ ଓ ସମାଜବିଜ୍ଞାନ ବିଭାଗର ଅଧ୍ୟାପକମାନେ ପ୍ରତିନିଧିମାନଙ୍କୁ ସ୍ୱାଗତ କରିବେ ।
ଡ. ଫଗୁନାଥ ଭୋଇ, ଜନସମ୍ପର୍କ ଅଧିକାରୀ
କୋରାପୁଟ ରୁ ରାଜେନ୍ଦ୍ର ଧଡକା ଙ୍କ ରିପୋର୍ଟ