କଳାହାଣ୍ଡି, ୦୮/୧୨ (ଜଗନ୍ନାଥ ନାଏକ) : କଳାହାଣ୍ଡି ଜିଲ୍ଲା ଆରକ୍ଷୀ ବିଭାଗ ତରଫରୁ ଭବାନୀପାଟଣା ରିଜର୍ଭ ପୋଲିସ ପଡ଼ିଆରେ ହୋମଗାର୍ଡ ଦିବସ ପାଳିତ ହୋଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ଆରକ୍ଷୀ ଅଧ୍ୟକ୍ଷକ ଅଭିଳାଷ.ଜି ଯୋଗଦେଇ ଅଭିବାଦନ ଗ୍ରହଣ କରିଥିଲେ । ପ୍ୟାରେଡ଼ କମାଣ୍ଡର ମହେଶ ଶତପଥୀ ପ୍ୟାରେଡ ପରିଚାଳନା କରିଥିଲେ । ରାକେଶ ମହାନ୍ତି ସହଯୋଗ କରିଥିଲେ । ଗୃହରକ୍ଷୀ ବାହନୀ ବାତ୍ୟା ଓ ବନ୍ୟା ଆରମ୍ଭ କରି ଆଇନ ଶୃଙ୍ଖଳା, ଟ୍ରାଫିକ ନିୟନ୍ତ୍ରଣ, ଏଭଳି ସମୟରେ ଲୋକଙ୍କ ସେବା କରୁଥିବାରୁ ଏସପି ଶ୍ରୀ ଅଭିଳାଷ. ଜି ସେମାନଙ୍କୁ ପ୍ରଶଂସା କରିଥିଲେ । ଗୃହରକ୍ଷୀମାନେ ବିଭିନ୍ନ ବିପତ୍ତି ସମୟରେ ଲୋକଙ୍କୁ ସାହାଯ୍ୟ କରିଆସୁଛନ୍ତି ବୋଲି କହିଥିଲେ । ଗୃହରକ୍ଷୀ ବାହିନୀଙ୍କ ପାଇଁ ଓଡିଶା ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଏବଂ ଉଚ୍ଚପଦସ୍ଥ ପୋଲିସ ଅଧିକାରୀଙ୍କ ବାର୍ତ୍ତାକୁ ପାଠ କରିଥିଲେ । ଅତିରିକ୍ତ ଏସପି , ସଦର ଏସଡିପିଓ ଏସ୍.ହେମବ୍ରମ୍ ରିଜର୍ଭ ପୋଲିସ କାର୍ଯ୍ୟାଳୟ ଅଧିକାରୀଙ୍କ ସମେତ ବହୁତ ଅଧିକାରୀ ଉପସ୍ଥିତ ଥିଲେ ।