Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନର୍ଲା ପ୍ରେସ ଆସୋସିଏସନ ପକ୍ଷରୁ ଏକ ସାଧାରଣ ବୈଠକ

କଳାହାଣ୍ଡି, ୦୮/୧୨ (ଜଗନ୍ନାଥ ନାଏକ) : କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ଆଜି ଶୁକ୍ରବାର ଦିନ ନର୍ଲା ସ୍ଥିତ ଜଗଦମ୍ବା ମଲ ଠାରେ ସଭାପତି ଦୀପକ କୁମାର ସାହୁ ଙ୍କ ସଭାପତିତ୍ୱରେ ନର୍ଲା ପ୍ରେସ ଆସୋସିଏସନ ତରଫରୁ ଏକ ବୈଠକ ଅନୁଷ୍ଠିତ ହୋଇଥିଲା, ଉକ୍ତ ବୈଠକ ରେ ନର୍ଲା ବିକାଶ ରେ “ନର୍ଲା ପ୍ରେସ ଆସୋସିଏସନ” ର ଭୂମିକା ଉପରେ ଆଲୋଚନା ହୋଇଥିଲା ସମସ୍ତ କର୍ମକର୍ତ୍ତା ନିଜସ୍ୱ ମତାମତ ରଖିଥିଲେ ଓ ଜନସାଧାରଣ ଙ୍କ ସମସ୍ୟା କିପରି ସରକାର ଙ୍କ ନିକଟରେ କମ ସମୟରେ ପହଞ୍ଚି ପାରିବ ସେ ନେଇ ସଭାପତି ବିସ୍ତୃତ ଭାବେ ଆଲୋଚନା କରିଥିଲେ l ନୂତନ ଭାବେ ଯୋଗଦାନ କରିଥିବା ସାମ୍ବାଦିକ ଅଜିତ ମାଝୀ
(ଶୁଭମ ବାର୍ତ୍ତା ର ସମ୍ପାଦକ )ଙ୍କୁ ଶୁଭେଚ୍ଛା ଜଣାଇଥିଲେ l ଶ୍ରୀ ମାଝୀ ତାଙ୍କ ପ୍ରତିକ୍ରିୟା ରେ କହିଥିଲେ ନର୍ଲା ପ୍ରେସ ଆସୋସିଏସନ କାର୍ଯ୍ୟ ରେ ପ୍ରଭାବିତ ହୋଇ ଯୋଗଦାନ କରିଥିବା କହିଛନ୍ତି l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ