Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନୂଆ ବସ୍ ଷ୍ଟାଣ୍ଡ ଠାରୁ ମୁତ୍ୟାଲୁମାଙ୍କ ମନ୍ଦିର ରାସ୍ତାରୁ ଗାଡ଼ି ପାର୍କିଂସହ ବାଲି ମେଟାଲ ହଟାଇବାକୁ ଦାବୀ

ଲକ୍ଷ୍ମୀପୁର ୦୯/୧୨ ଲକ୍ଷ୍ମୀପୁର ନୂଆ ବସ୍ ଷ୍ଟାଣ୍ଡ ଠାରୁ ମୁତ୍ୟାଲୁମା ମନ୍ଦିର ରାସ୍ତା ପୁରା ବିପଦ ପୂର୍ଣ୍ଣ ହୋଇ ରହିଛି । ରାସ୍ତାର ଦୁଇ ସାଇଡ ଗାଡ଼ି ପାର୍କିଙ୍ଗ ସ୍ଥାନ ପାଲଟିଛି।ଉକ୍ତ ରାସ୍ତାର ଦୁଇ କଡ଼ରେ ବସ ବାସ କରୁଥିବା ଲୋକଙ୍କ ସମେତ ଦଶରୁ ଉର୍ଦ୍ଧ ସାହି ବାସିନ୍ଦା ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।ଯିବା ଆସିବା ସକାଶେ ମଧ୍ୟ ରାସ୍ତା ଟିକେ ଛାଡି ନଥିବା ଅଭିଯୋଗ କରିଛନ୍ତି।ଉକ୍ତ ରାସ୍ତାରେ ଥିବା ମୁତ୍ୟାଲୁ ମାଙ୍କ ମନ୍ଦିର ଓ ଶିବ ମନ୍ଦିରକୁ ମଧ୍ୟ ଶତାଧିକ ଭକ୍ତଙ୍କ ଯିବା ଆସିବା ହୋଇଥାଏ,ଦୈନିକ ସାହି ବାସିନ୍ଦା ଓ ବହୁ ସଂଖ୍ୟାରେ ଛାତ୍ର ଛାତ୍ରୀ ମଧ୍ୟ ଯିବା ଆସିବା କରି ଥାନ୍ତି ।ବଜାର ଠାରୁ ମାତ୍ର ୫୦ ମିଟର ପର୍ଯ୍ୟନ୍ତ ରାସ୍ତାର ଦୁଇ କଡ଼ରେ ମନ ଇଚ୍ଛା ଯାନବାହାନ ଛିଡ଼ା ହୋଇ ରହୁଥିବାରୁ
ସବୁଠୁ ବଡ ସମସ୍ୟା ଉପୁଜିଛି।ସବୁଦିନ ଅପେକ୍ଷା ଶନିବାର ଦିନ ଅଧିକ ସମସ୍ୟା ଦେଖା ଦେଉଛି।ଫଳରେ ଅନ୍ୟ ଯାନବାହାନ ସହ ଦୁଇ ଚକିଆ ଯାନ ବି ଜିବା କଷ୍ଟକର ହେଉଛି।ଶୁକ୍ରବାର ଦିନ ଅପରାହ୍ନରେ ଏକ ଭ୍ୟାନ ର ପଛ ଚକା ସେହି ରାସ୍ତା କଡର ନାଳିଆରେ ଖସି ପଡ଼ି ଦୀର୍ଘ ସମୟ ଧରି ରାସ୍ତା ଅବରୋଧ ହୋଇଥିଲା।ଫଳରେ ଅନେକ ଲୋକ ଛାତ୍ର ଛାତ୍ରୀ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥିଲା।ଉକ୍ତ ରାସ୍ତା ବ୍ଲକ୍ ସଦରର ସବୁଠୁ ଅଧିକ ଗହଳିପୂର୍ଣ୍ଣ ରାସ୍ତା ହୋଇଥିଲେ ମଧ୍ୟ ଏତେ ସମସ୍ୟା ଥାଇବି କାହାରି ନଜର ନପଡିବା ଦୁଃଖର ବିଷୟ ପାଲଟିଛି।ତେଣୁ ଏଥି ପ୍ରତି ବ୍ଲକ୍ ପ୍ରଶାସନ ସରପଞ୍ଚ ଓ ପୋଲିସ ବିଭାଗ ଦୃଷ୍ଟି ଦେଇ ଗାଡ଼ି ପାର୍କିଂ ବ୍ୟବସ୍ଥା କରିବାକୁ ସାଧାରଣରେ ଦାବି ହୋଇଛି।କେବଳ ଗାଡି ମୋଟର ନୁହେଁ ବରଂ ଘର ତିଆରି ସକାଶେ ରାସ୍ତା ରେ ବାଲି ମେଟାଲ ଚିପ୍ସ ଭଳି ସାମଗ୍ରୀ ଦୀର୍ଘ ଦିନ ଧରି ପକାଇ ରଖୁଥିବା ବେଳେ ସାଧାରଣ ଲୋକେ ଅସୁବିଧା ର ସମୁଖୀନ ହେଉଛନ୍ତି। ପୋଲିସ ବିଭାଗ ସହ ତହସିଲ ବିଭାଗ ଓ ସରପଞ୍ଚ ଉକ୍ତ ରାସ୍ତା ପ୍ରତି ଧ୍ୟାନ ଦେବାକୁ ଉପର ଦୋରା ସାହି, ଆଦିବାସୀ ସାହି ର ଲୋକେ ଦାବୀ କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ