Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କଲେଜ ରେ ନୂଆ-ଓଡିଶା ଯୁବ-ଓଡିଶା ନବୀନ-ଓଡ଼ିଶା ” କାର୍ଯ୍ୟକ୍ରମ ଅନ୍ତର୍ଗତ ଖେଳକୁଦ କାର୍ଯ୍ୟକ୍ରମ

ଲକ୍ଷ୍ମୀପୂର ୦୯.୧୨ . .ଲକ୍ଷ୍ମୀପୁର ମହାବିଦ୍ୟାଳୟର ଯୁକ୍ତ ଦୁଇ ବିଭାଗର ଛାତ୍ର ଓ ଛାତ୍ରୀ ମାନଙ୍କ ଶହେ ମିଟର ଓ ଦୁଇ ଶହ ମିଟର ଦୌଡ ଏବଂ କେବଳ ଛାତ୍ର ମାନଙ୍କର ଜାଭେଲିନ୍ ଫିଙ୍ଗା ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଯାଇଛି। ଏହି ପ୍ରତିଯୋଗିତା ଗୁଡିକ ସ୍ଥାନୀୟ ମହାବିଦ୍ୟାଳୟର ଖେଳ ପଡିଆ ରେ ଅନୁଷ୍ଠିତ ହୋଇଛି।ଏହା ଓଡ଼ିଶା ସରକାରଙ୍କ ପ୍ରୟୋଜିତ “ନୂଆ-ଓଡିଶା ଯୁବ-ଓଡିଶା ନବୀନ-ଓଡ଼ିଶା ” କାର୍ଯ୍ୟକ୍ରମ ଅନ୍ତର୍ଗତ ଖେଳକୁଦ କାର୍ଯ୍ୟକ୍ରମ ଓ ଏହା ଗତ ଆଠ ତାରିଖରୁ ଆରମ୍ଭ ହୋଇଛି ଯାହାକି ଆସନ୍ତା କୋଡିଏ ତାରିଖ ଯାଏ ଚାଲିବ। ଆଜିର ଏହି ପ୍ରତି ଯୋଗିତାରେ ଅନେକ ପ୍ରତିଯୋଗି ଭାଗନେଇ ଥିଲେ ଏବଂ ସେମାନଙ୍କୁ ଉତ୍ସାହିତ କରିବାକୁ ବହୁତ ସଂଖ୍ଯକ ଛାତ୍ରଛାତ୍ରୀମାନେ ଉପସ୍ଥିତ ରହି ଉତ୍ସାହିତ କରିଥିଲେ। ଆଜିର ଖେଳ ଅଧ୍ୟାପକ ଡଃ ଜଗନ୍ନାଥ ରଥ ଓ ପୂର୍ବତନ ଖେଳ ପ୍ରଶିକ୍ଷକ ଦୁଖିଶ୍ଯାମ ଦାସ ପରିଚାଳନା କରିଥିଲେ ଏବଂ ଯୁକ୍ତ ତିନି ଅଧ୍ୟକ୍ଷ ଶ୍ରୀ ବିଜୁ ମୁଦୁଲି ସହଯୋଗ କରିଥିଲେ। ଏହା ବ୍ୟତୀତ ଅଧ୍ୟକ୍ଷ ପ୍ରାଧ୍ୟାପକ ଶ୍ରୀ ଗିରିଜା କୁମାର ଚୌଧୁରୀ, ଅଧ୍ୟାପକ ଯଶୋବନ୍ତ ଗରଡା, ତାରିଣୀ ପ୍ରସାଦ ଶତପଥୀ, ଶୀତଳ ପ୍ରସାଦ ଦାସ, କାହ୍ନୁ ଚରଣ ବିଶୋୟୀ, ଲକ୍ଷ୍ମୀକାନ୍ତ ଟାକ୍ରୀ ,ଟଙ୍କଧର ନାଏକ, ଲାଲୁ ହରିଜନ ଓ ଅଧ୍ୟାପିକା ମଧୁସ୍ମିତା ବିଶ୍ଵାଳ, ହେଲେନା ପ୍ରିୟଦର୍ଶିନୀ ସିଂ, ମୌତସୀ ପ୍ରଧାନ ଏବଂ ବୈଶାଖୀ ଦୀପ୍ ଉପସ୍ଥିତ ରହି ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ