Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରରେ ବାର୍ଷିକ କ୍ରୀଡା

କଳାହାଣ୍ଡି, ୦୯/୧୨ (ଜଗନ୍ନାଥ ନାଏକ) : କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ରୁପ୍ରାରୋଡ଼ ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ଏକୋଇଶି ତମ ବାର୍ଷିକ କ୍ରୀଡା ଉତ୍ସବ ଶନିବାର ଦିନ ଅନୁଷ୍ଠିତ ହୋଇ ଯାଇଅଛି। ଉକ୍ତ ଉଦଘାଟନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ରୁପ୍ରା ରୋଡ଼ର ବିଶିଷ୍ଟ ସମାଜସେବୀ ସୁମିତ କୁମାର ଅଗ୍ରୱାଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶୁଭାରମ୍ଭ କରିଥିଲେ। ଶିଶୁବାଟିକା ବିଭାଗର ଭାଇ ଭଉଣୀଙ୍କୁ ପୁରସ୍କାର ପ୍ରଦାନ କରିଥିଲେ l ବିଦ୍ୟାଳୟର ସଭାପତି ଘନ ଶ୍ୟାମ ଭୋଇ ଓ ସମ୍ପାଦକ ସଂଜୀବ କୁମାର ଦାସ ଉପସ୍ଥିତ ରହି ଶିକ୍ଷା କ୍ଷେତ୍ରରେ ଖେଳର ଉପାଦେୟତା ଉପରେ ଗୁରୁତ୍ୱ ପ୍ରତିପାଦନ କରିଥିଲେ। ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ହେମନ୍ତ କୁମାର ଭୋଇ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଶାରୀରିକ ପ୍ରମୁଖ ପବିତ୍ର ମୋହନ ଛୁରିଆ ଖେଳ ପରିଚାଳନା ସହିତ ବୃତ୍ତ କଥନ କରିଥିଲେ। ସମାରୋପ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ରତନ କୁମାର ଅଗ୍ରୱାଲ ଓ ସମ୍ମାନିତ ଅତିଥି ଭାବରେ ମାନନୀୟ ଦୀନେଶ କୁମାର ଅଗ୍ରୱାଲ ଯୋଗଦlନ କରି ଖେଳାଳୀ ମାନଙ୍କୁ ପୁରସ୍କାର ବିତରଣ କରି ଉତ୍ସାହ ସୃଷ୍ଟି କରିଥିଲେ। ଶିଶୁ ବାଟିକା ପ୍ରମୁଖ ବିମଳ ନାଏକ ବାଟିକା ବିଭାଗରେ ପଛ ଦୌଡ଼ , ବେଙ୍ଗ ଡିଆଁ ଆଦି ଖେଳ ପରିଚାଳନା କରିଥିବା ବେଳେ ବିଦ୍ୟାଳୟର ସମସ୍ତ ଗୁରୁଜୀ ଗୁରୁମା ମାନେ ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ