ସମ୍ବଲପୁର:ସ୍ଥାନୀୟ ନାରୀ ସେବା ସଦନ ଠାରେ “ତପସ୍ୱିନୀ “ର ମାତୃଶକ୍ତି ସମ୍ମିଳନୀ ଆୟୋଜିତ ହୋଇ ଯାଇଛି ।ସମ୍ବଲପୁର ର ଜିଲ୍ଲା ସମାଜ ମଙ୍ଗଲ ଅଧିକାରୀ ଶ୍ରୀମତୀ ଗୀତାଞ୍ଜଳି ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ନାରୀ ସର୍ବଦା ଏକ ରୁ ଅନେକ ହୋଇ ପରିବାର ର କଥା ଚିନ୍ତା କରେ ଏବଂ ଅନେକ ରୁ ଏକ ହୋଇ ରାଷ୍ଟ୍ର ର ମୁଖ୍ୟ ସ୍ରୋତ ରେ ସାମିଲ ହୋଇ ଦେଶ ନିର୍ମାଣ ରେ ମଧ୍ୟ ନିଜର ଉଲ୍ଲେଖନୀୟ ଯୋଗଦାନ କରିଥାଏ |ଭୀମସାର ସ୍ତ୍ରୀ ଓ ପ୍ରସୂତି ବିଭାଗ ର ଡାକ୍ତର ଶିରୀଶ ପଟେଲ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ଭାରତ ଯେଉଁଠି ବିଶ୍ୱ ସେଇଠି, ଏଣୁ ଭାରତ କୁ ସମୃଦ୍ଧିଶାଳୀ କରିବା ପାଇଁ ଜନସଂଖ୍ୟା ର ପଚାଶ ପ୍ରତିଶତ ନାରୀ ସମାଜ ର ଯୋଗଦାନ ସବୁ କ୍ଷେତ୍ର ରେ ଏକାନ୍ତ ଜରୁରୀ ବୋଲି କହିଥିଲେ | ଏ ଅବସର ରେ “ସ୍ଥାନୀୟ ମହିଳା ମାନଙ୍କ ସ୍ଥିତି “କୁ ନେଇ ଏକ ମୁକ୍ତ ଚର୍ଚ୍ଚା ବଲାଙ୍ଗୀର ବିନାୟକ ପବ୍ଲିକ ସ୍କୁଲ ର ନିର୍ଦେଶକ ଶ୍ରୀମତୀ ସରସ୍ବତୀ ନନ୍ଦ ଙ୍କ ତତ୍ୱାବଧାନ ରେ ହୋଇଥିଲା |ଏଥିରେ ସମ୍ବଲପୁର ର ବିଭିନ୍ନ ମହିଳା ନିଜର ମତ ପ୍ରକାଶ କରି କହିଥିଲେ ଯେ ତାଙ୍କ ଅଞ୍ଚଳ ର ମହିଳା ଆଗ ଅପେକ୍ଷା ଆର୍ଥିକ, ସାଂସ୍କୃତିକ ଓ ସମାଜସେବା କ୍ଷେତ୍ର ରେ ଆଗକୁ ବଢ଼ିଥିଲେ ହେଁ ନିଷ୍ପତ୍ତି ନେବାର ଦକ୍ଷତା ରେ ଏ ଯାଏଁ ପୁରୁଷ ଦୃଷ୍ଟିରେ ଦ୍ଵିତୀୟ ଶ୍ରେଣୀ ନାଗରିକ ହିସାବରେ ପରିଗଣିତ ହେଉଛନ୍ତି | ଶ୍ରୀମତୀ ନନ୍ଦ ସବୁବେଳେ ସମାଜ ଆମକୁ ନାରୀ ର ଶତ୍ରୁ ନାରୀ ବୋଲି ଅଭିହିତ କରୁଥଏ କିନ୍ତୁ ଆମେ ନିଜେ ନାରୀ ହୋଇ ନାରୀ କୁ ଯେଉଁ ଦିନ ପର୍ଯ୍ୟନ୍ତ ସମ୍ମାନ ନ ଦେବା ସେଦିନ ପର୍ଯ୍ୟନ୍ତ ଆମର ଉନ୍ନତି ରେ ଏହା ବାଧକ ସାଜିବ ବୋଲି କହିଥିଲେ।ଭିମସାରର ଆକାଉଣ୍ଟ ଆସିଷ୍ଟାଣ୍ଟ ସୁଶ୍ରୀ ସଂଗୀତା କୁମାର ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ନାରୀ ସବୁ ପ୍ରକାର ପରିବେଶକୁ ସୁନ୍ଦର କରି ଗଢ଼ି ପାରିଥାଏ ଏଣୁ ନାରୀ ନିଜେ ନାରୀ କୁ ଯଦି ସହଯୋଗ ନ କରିବା ସମାଜ ରେ ଆଗେଇ ପାରିବା ନାହିଁ ବୋଲି ମତ ଦେଇଥିଲେ | ଲୋକାଲ କମ୍ପ୍ଲେନ କମିଟି ର ଚେୟାରମ୍ୟାନ ଆଡ଼ଭୋକେଟ ପୁଷ୍ପାଞ୍ଜଳୀ ମହାପାତ୍ର ସମ୍ମାନିତ ଅତିଥି ରୂପେ ଯୋଗ ଦେଇ ନିଜର ଆତ୍ମ ରକ୍ଷା ପାଇଁ ନାରୀ ଆତ୍ମବିଶ୍ଵାସ ରଖିବା ଉଚିତ ବୋଲି ମତ ଦେଇଥିଲେ | ସମାପନ ବକ୍ତବ୍ୟ ରେ ବରଗଡ଼ ର ଆଡ଼ଭୋକେଟ ଜୟଶ୍ରୀ ମହାପାତ୍ର ପ୍ରତ୍ୟେକ ମହିଳା ପରିବାର, ସଂସ୍କୃତି, କାର୍ଯ୍ୟକ୍ଷେତ୍ର ପ୍ରତ୍ୟେକ କ୍ଷେତ୍ର ରେ ନିଜର ନାଗରିକ କର୍ତ୍ତବ୍ୟ ପାଳନ କରିଲେ ଭବିଷ୍ୟତ ପୀଡ଼ି ଓ ଭବିଷ୍ୟତ ଭାରତ ନିର୍ମାଣ ପାଇଁ ଏହା ଏକ ଉତ୍ତମ ବାର୍ତ୍ତା ବହନ କରିବ ବୋଲି ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ |ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମ କୁ କୁଚିଣ୍ଡା ର ଶିକ୍ଷୟିତ୍ରୀ କଲ୍ୟାଣୀ ପଟେଲ ଓ ହୀରାକୁଦ ର ଶିବାନୀ ସୋନୀ ଓ ସଂଯୋଜନା କରିଥିଲେ |ଅଙ୍କିତା ସାହାଣୀ ତାଙ୍କୁ ସହଯୋଗ କରିଥିଲେ |
ଏହି ଅବସରରେ ପର୍ବତ|ରୋହୀ ଲିପିକା ସେଠ, ସମାଜସେବୀ ମାମି ମିଶ୍ର ବରଗଡ଼, ସମାଜ ସେବୀ ରୀତା ସାହୁ ଏଭଳି ଅନେକ ପ୍ରତିଭା ଙ୍କୁ ସମ୍ମାନିତ କରାଯାଇଥିଲା |ଶେଷରେ ଶିବାନୀ ସୋନୀ ଧନ୍ୟବାଦ ଅର୍ପଣ କରିଥିଲେ
ସମ୍ବଲପୁରରେ ମାତୃଶକ୍ତି ସମ୍ମିଳନୀ
