Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗୋପିକଣ୍ଟାରେ ନିଶା ମୁକ୍ତି ସଚେତନତା ଅଭିଯାନ

ସମ୍ବଲପୁର (ମୁଣ୍ଢେନପାଲି):ପାନ ବିଡି ନୁହେଁ ଛୋଟିଆ ନିଶା,ଏହି ଅଭ୍ୟାସରେ ବଢ଼େ ଦୁର୍ଦ୍ଦଶା ।ଖାଇଲେ ନିଶା ବୁଡେ ବେଉସା ଏଭଳି ବିଭିନ୍ନ ସ୍ଲୋାଗାନରେ ଅଖ୍ୟାତ ପଲ୍ଲୀ ଗୋପିକଣ୍ଟାରେ ସଚେତନତାର ବାର୍ତ୍ତା ପ୍ରକମ୍ପିତ ହୋଇଛି। ଜମନକିରା ବ୍ଲକ୍ ମୁଣ୍ଢେନପାଲି ଗ୍ରାମ ପଞ୍ଚାୟତର ବିଭିନ୍ନ ନିଶା ଦ୍ୱାରା କବଳିତ ଗାଁ ଗୋପିକଣ୍ଟା ଠାରେ ଏକ ସଚେତନତା ସଭା ହୋଇଥିଲା ।ଗ୍ରାମ ସଭାପତି ଜଗବନ୍ଧୁ କରଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ଆଶା ଦିଦି ବବିତା ନାଥ ଉଦ୍ଦେଶ୍ଯ ସଂପର୍କରେ ବୁଝାଇଥିଲେ। ସଭାରେ ସାମାଜିକ କର୍ମୀ ଡା.ରାଜାରାମ ଷଡଙ୍ଗୀ ନିଶା ସେବନ ଦ୍ୱାରା ଶାରୀରିକ,ସାମାଜିକ,ସ୍ୱାସ୍ଥ୍ୟ ଓ ଅର୍ଥନୈତିକ ସମସ୍ୟା ସଂପର୍କରେ ବୁଝାଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଆଶା ଦିଦି ପ୍ରଭାତି ବିଶି,ସୁରେଖା ମିର୍ଧା,ସୁଲୋଚନା କିଶାନ ଓ ଅଙ୍ଗୱାଡି କର୍ମି ସଂଯୁକ୍ତା ପ୍ରଧାନ,ଜୟନ୍ତୀ ମିର୍ଦ୍ଧା,ପୁଷ୍ପଲତା କିଶାନ,ସିଆରପି ସରସ୍ବତୀ କିଶାନ ପ୍ରମୂଖ ନିଶା ନିବାରଣ ନେଇ ସଚେତନ କରିଥିଲେ।ପ୍ରାରମ୍ଭରେ ଆଶା ଦିଦି ବବିତା ନାଥଙ୍କ ନେତୃତ୍ୱରେ ଏକ ସଚେତନତା ରାଲି ପରିକ୍ରମା କରିଥିଲା। ଶେଷରେ ପ୍ରଭାତି ବିଶି ଧନ୍ୟବାଦ ଅର୍ପଣ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ