Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବେଲଗୁଣ୍ଠା ଶିଶୁ ମନ୍ଦିରରେ ଜେଜେ ବାପା ଓ ଜେଜେମା ସମ୍ମିଳନୀ

ବେଲଗୁଣ୍ଠା,10/12, ବର୍ତ୍ତମାନ ଐକିକ ପରିବାରର ପ୍ରଭାବରେ କୋମଳମତି ଶିଶୁମାନେ ଜେଜେ ବାପା ଜେଜେ ମାଆଙ୍କ ଠାରୁ ଦୂରେଇ ଯାଇ ସେମାନଙ୍କ ସ୍ନେହରୁ ବଞ୍ଚିତ ହେଉଛନ୍ତି I କିନ୍ତୁ ଜେଜେ ବାପା ଜେଜେ ମାଆ ଏବଂ ନାତିନାତୁଣୀଙ୍କ ମଧ୍ୟରେ ସୁସମ୍ପର୍କ ସ୍ଥାପନ ପାଇଁ ବେଲଗୁଣ୍ଠା ଶିଶୁ ମନ୍ଦିରର କର୍ମକର୍ତ୍ତା ଆଗକୁ ଆସିବା ସହିତ ଆଜି ଶିଶୁ ମନ୍ଦିର ପରିସରରେ ଏକ
ଜେଜେ ମାଆ ଏବଂ ଜେଜେ ବାପା ସମ୍ମିଳନୀ ଆୟୋଜନ କରିଥିଲେ । ଅନୁଷ୍ଠାନର ପ୍ରଧାନ ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୋଟ ୪୦ଜଣ ଜେଜେ ମାଆ ଓ ଜେଜେ ବାପା ଉପସ୍ଥିତ ରହି ପରିବାର ପ୍ରତି ନିଜର ଦାୟିତ୍ଵ କଣ ରହିବା ଆବଶ୍ୟକ ତାହା ଉପସ୍ଥାପନ କରିଥିଲେ I ଉପସ୍ଥିତ ଜେଜେ ବାପା ଜେଜେ ମାଆମାନେ ଶିଶୁ ମନ୍ଦିର ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ଭୂୟସୀ ପ୍ରଶଂସା କରିବା ସହିତ ନିଜ ଅନୁଭୂତି ବ୍ୟାଖ୍ୟାନ କରି ସମାଜ ଗଠନରେ ଶିଶୁ ମନ୍ଦିରର ଅବଦାନ କଣ ଅଛି ଓ ସମାଜ ଗଠନରେ ଶିଶୁ ମନ୍ଦିର କେଉଁ କାର୍ଯ୍ୟ ଗୁଡ଼ିକ କରୁଛି ସେଗୁଡିକ ଭାବ ବିହ୍ୱଳ ହୋଇ ବ୍ୟଖାନ କରି ଏହି ଯୋଜନାର ଉତ୍ତୋରୋତ୍ତର ଉନ୍ନତି କାମନା କରିବା ସହିତ ଆଶୀର୍ବାଦ ପ୍ରଦାନ କରିଥିଲେ।ଅନୁଷ୍ଠାନର କୋଷାଧ୍ୟକ୍ଷ ରବୀନ୍ଦ୍ରନାଥ ସୁବୁଦ୍ଧି ଉପସ୍ଥିତ ରହି ଉଦବୋଧନ ଦେଇଥିଲେ।ସମସ୍ତ ସେବା ସେବବ୍ରତିଙ୍କ ମିଳିତ ଉଦ୍ୟମରେ କାର୍ଯ୍ୟକ୍ରମ ସଫଳ ହୋଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ