କେନଝରିଆପାଲି ରେ ବିଶ୍ଵ ମାନବିକ ଅଧିକାର ଦିବସ ପାଳିତ


ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବିରମହାରାଜପୁର ବ୍ଲକ କେଞ୍ଝରିଆପାଲି ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସର ରେ ରେଆର ସୋନପୁର ତରଫରୁ ବିଶ୍ୱ ମାନବିକ ଅଧିକାର ଦିବସ ପାଳନ କରାଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବରେ ମହିଳା ମହାସଂଘ ସଭାନେତ୍ରୀ ଅଞ୍ଜଳି କର୍ଣ୍ଣ , ସମ୍ପାଦିକା କୌଶଲ୍ୟା ଆଡ଼ଯୁଆଡ଼ି , କାର୍ଯ୍ୟ ନିର୍ବାହୀ ସଭ୍ୟା ସଂଯୁକ୍ତା ପାଢ଼ୀ , ଏମ ବି କେ ଗୀତାଞ୍ଜଳି ଜେନା ଯୋଗ ଦେଇଥିଲେ l ରେଆର କାର୍ଯ୍ୟକ୍ରମ ସଂଯୋଜକ ବିଶ୍ୱମ୍ବର ସାହୁ ସ୍ୱାଗତ କରିବା ସହ ଆଜି ଦିବସ ର ତାତ୍ପର୍ଯ୍ୟ ବିଷୟରେ ଉପସ୍ଥାପନା କରିଥିଲେ l ରେଆର କର୍ମୀ ସୁଦାମ ଗାଇଗରିଆ ମାନବିକ ଅଧିକାର ଉଲଂଘନ ହେଲେ ଆମେ କିପରି ରାଜ୍ୟ ସ୍ତରରେ ଓ ଜାତୀୟ ସ୍ତରରେ ମାନବିକ ଅଧିକାର କମିଶନ ଅଭିଯୋଗ କରିବା ସହ କମିଶନ ଙ୍କ କାର୍ଯ୍ୟପଦ୍ଧତି ବିଷୟରେ ଆଲୋଚନା କରିଥିଲେ l ଶେଷରେ ସୌଦାମିନୀ ପଧାନ ଧନ୍ୟବାଦ ଅର୍ପଣ କରିଥିଲେ l ଏଥିରେ ପଂଚାୟତ ର ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ର ସଦସ୍ୟ ମାନେ ଯୋଗ ଦେଇଥିଲେ l