Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମାନସିକ ସ୍ୱାସ୍ଥ୍ୟ ଏବଂ ତମ୍ବାଖୁ ବର୍ଜନ ସମ୍ବନ୍ଧରେ ଶିବିର

ମାନସିକ ସ୍ୱାସ୍ଥ୍ୟ ଏବଂ ତମ୍ବାଖୁ ବର୍ଜନ ସମ୍ବନ୍ଧରେ ଶିବିର
ଲକ୍ଷ୍ମୀପୂର ୧୧/୧୨ …ଲକ୍ଷ୍ମୀପୁର ମହାବିଦ୍ୟାଳୟ ପରିସରରେ ଲକ୍ଷ୍ମୀପୁର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ଡିଗ୍ରୀ ମହାବିଦ୍ୟାଳୟର ଯୁବ ରେଡକ୍ରସ ୟୁନିଟ୍, ଜାତୀୟ ସେବା ଯୋଜନା ୟୁନିଟ୍ ଏବଂ ମୋ ସ୍କୁଲ୍ ଅଭିଯାନ ଓ ମୋ କଲେଜ ଅଭିଯାନ ସହଯୋଗରେ “ଜିଲ୍ଲା ମାନସିକ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ-କୋରାପୁଟ” ପକ୍ଷରୁ “କର୍ମ ସ୍ଥଳରେ ମାନସିକ ଚାପ ନିୟନ୍ତ୍ରଣ” ଏବଂ “ଜିଲ୍ଲା ତମ୍ବାଖୁ ନିୟନ୍ତ୍ରଣ ସେଲ୍- କୋରାପୁଟ” ତରଫରୁ ତମ୍ବାଖୁ ମୁକ୍ତ ଜନିତ ଏକ ସଚେତନତା ଶିବିର ଯୁକ୍ତ ଦୁଇ ଅଧ୍ୟକ୍ଷ ଗିରିଜା କୁମାର ଚୌଧୁରୀଙ୍କ ସଭାପତିତ୍ବରେ ଆୟୋଜିତ ହୋଇ ଯାଇଛି। ଏହି ଅବସରରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ କାର୍ଯ୍ୟାଳୟ କୋରାପୁଟର ଅସଂକ୍ରମଣ ରୋଗ ବିଭାଗର ଆସିଷ୍ଟାଣ୍ଡ ମାନେଜର୍ ସତିଶ୍ କୁମାର ତ୍ରିପାଠୀ ତମ୍ବାଖୁ ସେବନର ଭୟାବହତା ଓ ଏହା କିପରି ଭାବେ ପରିତ୍ଯାଗ କରି ହେବ ସେ ସମ୍ପର୍କିତ ସୂଚନା ପ୍ରଦାନ କରିଥିଲେ। ଏହା ସହ କୋରାପୁଟ ଜିଲ୍ଲା ମାନସିକ ସ୍ୱାସ୍ଥ୍ୟ ବିଭାଗର ପିଏସଡି ଲଲାଟେନ୍ଦୁ ମିଶ୍ର ମାନସିକ ସ୍ୱାସ୍ଥ୍ୟ କାହିଁକି ଗୁରୁତ୍ଵପୂର୍ଣ୍ଣ ଓ କିପରି ଏହି ଜନିତ ସମସ୍ୟାର ସମାଧାନ ହୋଇ ପାରିବ ସେ ସମ୍ବନ୍ଧିତ ବିଭିନ୍ନ ପ୍ରକାର ଉପଚାର ବିଷୟ ବର୍ଣନା କରିଥିଲେ। ଅଧ୍ୟକ୍ଷ ଶ୍ରୀ ଚୌଧୁରୀ ଆଜିର ଏହି ସଭାରେ ମହାବିଦ୍ୟାଳୟ କ୍ଯାମ୍ପସକୁ ସମ୍ପୂର୍ଣ୍ଣ ତମ୍ବାଖୁ ମୁକ୍ତ କରିବା ସକାଶେ ପ୍ରସ୍ତାବ ରଖି ସମସ୍ତଙ୍କୁ ଏଥିରେ ସହଯୋଗ କରିବା ପାଇଁ ଆହ୍ଵାନ ଦେଇ ଥିଲେ। ଏହି ସଭାରେ ଅଧ୍ୟାପକ କାହ୍ନୁ ଚରଣ ବିଶୋୟୀ, ଟଙ୍କଧର ନାଏକ, ଲାଲୁ ହରିଜନ ଓ ଅଧ୍ୟାପିକା ତଥା ଯୁକ୍ତ ତିନି ମୋ କଲେଜ ଅଭିଯାନ ଅଧିକାରୀ ତିଳୋତ୍ତମା ପଟ୍ଟନାୟକ ଏବଂ ଅଧ୍ୟାପିକା ବୈଶାଖୀ ଦୀପ୍ ଓ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ। ଏହି ସଭାକୁ ଅଧ୍ୟାପକ ତଥା ଯୁକ୍ତ ଦୁଇ ଯୁବ ରେଡକ୍ରସ ଅଧିକାରୀ ଯଶୋବନ୍ତ ଗରଡା ପରିଚାଳନା କରି ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ