ବାମଣ୍ଡା ସାହିତ୍ୟ ସଂସଦର ବାର୍ଷିକ ସାରସ୍ୱତ ସମାରୋହ ଓ କବି ସମ୍ମିଳନୀ


ସମ୍ବଳପୁର:ଦେବଗଡ଼ ସ୍ଥିତ ସଂସ୍କୃତି ଭବନ ଠାରେ ବାମଣ୍ଡା ସାହିତ୍ୟ ସଂସଦର ସଭାପତି ମୁରଲୀ ଧର ନାୟକଙ୍କ ସଭାପତିତ୍ବରେ ବାର୍ଷିକ ସାରସ୍ଵତ ସମାରୋହ ପାଳିତ ହୋଇଯାଇଛି। ଏଥିରେ ଅବସର ପ୍ରାପ୍ତ ଅଧ୍ୟାପକ ଡ ସୁରେନ୍ଦ୍ର ନାଥ ତ୍ରିପାଠୀ ମୁଖ୍ୟ ଅତିଥି ଓ ସ୍ଥାନୀୟ ପୌର ପରିଷଦ ଅଧ୍ୟକ୍ଷା ଶାନ୍ତି ଦେଇ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଥିଲେ ।ଏହି ଅବସରରେ ଆୟୋଜିତ କବି ସମ୍ମିଳନୀରେ କବି ସୁବାସ ଚନ୍ଦ୍ର ନାୟକ,ଡ଼ ନିତ୍ୟାନନ୍ଦ ତ୍ରିପାଠୀ, ଶୋଭା ଚନ୍ଦ୍ର ନାଏକ , ପୀଙ୍କୁ ଦାସ,ରୋହିତ କୁଆର ପଟେଲ,କୀର୍ତ୍ତି ଚନ୍ଦ୍ର ବହିଦାର, ବୀଣାପାଣି ନାଏକ,ତୁଳସୀ ମଞ୍ଜରୀ ବହିଦାର୍,ଙ୍କ ସମେତ କେନ୍ଦୁଝର ଅନୁଗୁଳ ,ଦେବଗଡ଼ ଆଦି ଜିଲ୍ଲା ର ଶତାଧିକ କବି ସ୍ବରଚିତ କବିତା ପାଠ କରିଥିଲେ।ସଂସଦ ର ଉପଦେଷ୍ଟା ବିଭୂତି ଗଙ୍ଗା ଦେବ ଅଖଣ୍ଡ ବାମାମଣ୍ଡର ଏକତା ଓ ସାରସ୍ଵତ ଉତ୍ସବ ଗୁଡ଼ିକର ଉଚ୍ଚ ପ୍ରଶଂସା କରିଥିଲେ ।ସମ୍ପାଦକ ପ୍ରଫୁଲ୍ଲ ମହାପାତ୍ର ପ୍ରାରମ୍ଭିକ ସୂଚନା ସହ ଧନ୍ୟବାଦ ଅର୍ପଣ କରିଥିଲେ ।