Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ପଡିଆବାହାଲରେ ଧନୁଯାତ୍ରା ଶୁଭାରମ୍ଭ

ସମ୍ବଲପୁର: ଆନୁଷ୍ଠାନିକ ଭାବେ ପଡିଆବାହାଲ ଠାରେ ଆଜି ଧନୁଯାତ୍ରା ଆରମ୍ଭ ହୋଇଛି । ଆଜି ସନ୍ଧ୍ୟାରେ କମିଟିର ସମସ୍ତ କର୍ମକର୍ତ୍ତା ଓ ସ୍ୱେଚ୍ଛାସେବୀ ମାନଙ୍କ ମିଳିତ ଉପସ୍ଥିତିରେ ଫିତାକାଟିବା ସହିତ ଦୀପ ପ୍ରଜ୍ୱଳନ କରି ଧନୁଯାତ୍ରାର ଶୁଭାରମ୍ଭ ହୋଇଥିଲା । ପ୍ରାରମ୍ଭରେ ପଣ୍ଡିତ ଧନେଶ୍ୱର ନାୟକଙ୍କ ପୌରହିତ୍ୟରେ ମାଁ ମାଉଳି ମାଁଙ୍କ ପୂଜାର୍ଚନା କରାଯାଇଥିଲା। ଏହାପରେ ରାଜା ଉଗ୍ରସେନଙ୍କ ଗାଦିଚ୍ୟୁତରୁ ଧନୁଯାତ୍ରା ଆରମ୍ଭ ହୋଇଥିଲା। ଦରବାରରେ ବିଭିନ୍ନ ନୃତ୍ୟ ସଂଗିତ ପରିବେଷଣ ହୋଇଥିଲା ।