Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

୧୯୯୮-୨୦୦୦ ସ୍ନାତକୋତ୍ତର ବ୍ୟାଚ୍ ର ବନ୍ଧୁ ମିଳନ

ସମ୍ବଲପୁର: ସମ୍ବଲପୁର ବିଶ୍ୱବିଦ୍ୟାଳୟ ରାଜନୀତି ବିଜ୍ଞାନ ବିଭାଗ ୧୯୯୮-୨୦୦୦ ବ୍ୟାଚ୍ ରେ ଅଧ୍ୟୟନ କରୁଥିବା ଛାତ୍ର ଛାତ୍ରୀ ମାନଙ୍କ ଏକ ବନ୍ଧୁମିଳନ ଅନୁଷ୍ଠିତ ହୋଇଯାଇଛି I ଦୀର୍ଘ ୨୩ ବର୍ଷ ପୂର୍ବେ ଏକତ୍ରିତ ଅଧ୍ୟୟନକୁ ମନେ ପକେଇ ସହପାଠୀ ମାନେ ଖୁସି ବ୍ୟକ୍ତ କରିଥିଲେ I ହୀରାକୁଦ ଜଳ ଭଣ୍ଡାର ଜିରୋ ପଏଣ୍ଟ ଠାରେ ଅନୁଷ୍ଠିତ ଏହି ସମାବେଶରେ ବୃକ୍ଷ ରୋପଣ, ଜଳ ସଞ୍ଚୟ ଓ ଜୀବ ଜଗତ ସୁରକ୍ଷା ଆଦି ସମ୍ପର୍କରେ ଆଲୋଚନା ହୋଇଥିଲା I ଏହି କାର୍ଯ୍ୟକ୍ରମର ସଂଯୋଜକ ଜିଏସ୍ଟି ରେଞ୍ଜ ସମ୍ବଲପୁର, ଅତିରିକ୍ତ କମିଶନର ଶ୍ରୀ ଲିଙ୍ଗରାଜ ପ୍ରଧାନ କାର୍ଯ୍ୟକ୍ରମର ମହତ ଉଦ୍ଦେଶ୍ୟ ଉପରେ ଆଲୋକପାତ କରିଥିଲେ I ଶ୍ରୀ ଆଚାର୍ଯ୍ୟ ବୈକୁଣ୍ଠ ଦେଵ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ I ଅତିରିକ୍ତ ଜ଼ିଲ୍ଲାପାଳ ବରଗଡ ଶ୍ରୀ ଲଲାଟ ଲୁହା, ପୋଲିସ ଆଇଆଇସି ଶ୍ରୀ ରଞ୍ଜିତ ନାଏକ, ଶ୍ରୀ ରାଜ କିଶୋର ଚାନ୍ଦ, ଶ୍ରୀ ରଞ୍ଜନ ବାଘ, ପ୍ର. ଉମା ଶଙ୍କର, ଶ୍ରୀ ଜଗଦୀଶ, ଶ୍ରୀମତୀ ଭାରତୀ ମିଶ୍ର, ଶ୍ରୀ ଖୀରୋଦ ସାହୁ, ଶ୍ରୀ ସୁମନ୍ତ ସାହୁ, ଶ୍ରୀ ପଙ୍କଜ ବେହେରା, ଶ୍ରୀ ସତ୍ୟ ନାରାୟଣ, ଶ୍ରୀ ଜୟନ୍ତ ନାଏକ, ଶ୍ରୀମତୀ ପ୍ରତୀକ୍ଷା ପଣ୍ଡା, ଶ୍ରୀମତୀ ପୁଷ୍ପା ନାଏକ, ଶ୍ରୀମତୀ ଶୁଭଶ୍ରୀ ଦାସ ପ୍ରମୁଖ ସହପାଠୀ ଗଣ ସେମାନଙ୍କ ସପରିବାର ସହ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ I

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ