Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କଣ୍ଟାମାଳରୁ ୧୨ ଚୋରି ବାଇକ ସହ ଅଭିଯୁକ୍ତ ଗିରଫ

ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ) ସୋନପୁର ପୋଲିସ୍ କୁ ଏକ ବଡ ସଫଳତା ମିଳିଛି l ୧୨ ଟି ଚୋରି ବାଇକ ଜବତ ସହ ଏଥିରେ ସମ୍ପୃକ୍ତ ଥିବା ବୌଦ୍ଧ ଜିଲ୍ଲା କଣ୍ଟାମାଳର ଚିତ୍ତ ରଞ୍ଜନ ପାଣିଗ୍ରାହୀ (୪୭) ଓରଫ ବାବୁ କୁ ଗିରଫ କରିଛି ସୋନପୁର ପୋଲିସ। ସୁଚନା ଅନୁସାରେ ବୀରମହାରାଜପୁର ଷଣ୍ଢl ଗ୍ରାମର ରାଜ କିଶୋର ଡାଙ୍ଗ୍ ଙ୍କ ବାଇକ୍ ( ଓ ଆର ୩୧- ୫୮୮୪ ) ଗତ ୮ ତାରିଖ ସୋନପୁର ଡେଲି ମାର୍କେଟରୁ ଚୋରି ହୋଇଯାଇଥିଲା। ଏ ସମ୍ପର୍କରେ ସେ ସୋନପୁର ଥାନା ରେ ଲିଖିତ ଅଭିଯୋଗ କରିଥିଲେ। ସୋନପୁର ପୋଲିସ୍ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ପରେ ଅଭିଯୁକ୍ତ ବାବୁ କୁ ଗିରଫ କରିଥିଲା ସୋନପୁର ପୋଲିସ ଓ ତା ପାଖରୁ ୧୨ ଗୋଟି ଚୋରି ବାଇକ ଜବତ ହୋଇଥିବା ନେଇ ଅତିରିକ୍ତ ଏସପି ହେମନ୍ତ ପାଢ଼ୀ ସୋନପୁର ଥାନା ଠାରେ ଅନୁଷ୍ଠିତ ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଏହି ଚୋରି ବାଇକ ଗୁଡିକ ସୁବର୍ଣ୍ଣପୁର, ବୌଦ୍ଧ, କନ୍ଧମାଳ, ବଲାଙ୍ଗୀର, ବରଗଡ଼, ଅନୁଗୁଳ, ରାଉରକେଲା ଆଦି ଅଞ୍ଚଳରୁ ଚୋରି ହୋଇଥିବା ସୂଚନା ଦେଇଛନ୍ତି। ଅଭିଯୁକ୍ତ ବାଇକ ଚୋରି ସହ ଚୋରା ବାଇକ କିଣାବିକା କରୁଥିବା ନେଇ ପୋଲିସ୍ କୁ ସୂଚନା ଦେଇ ଥିବାବେଳେ ଏହି ବାଇକ ଚୋରି ରାକେଟ ରେ ଆଉ କିଏ କିଏ ସମ୍ପୃକ୍ତ ଅଛନ୍ତି ଏ ନେଇ ତଦନ୍ତ ଚାଲୁ ରହିଥିବା ନେଇ ଆଇ ଆଇ ସି ପଦ୍ମାସିନୀ ମେହେର ସୂଚନା ଦେଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ