Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମନୋଜ ହେଲେ କୋରାପୁଟ ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚା  ସାଧାରଣ ସମ୍ପାଦକ…

ଲକ୍ଷ୍ମୀପୂର ୧୨.୧୨ ..ଲକ୍ଷ୍ମୀପୂର ନିର୍ବାଚନ ମଣ୍ଡଳିର ଯୁବ ନେତା ମନୋଜ କୁମାର ସାହୁ (ମୁନା )  କୋରାପୁଟ ଜିଲ୍ଲା  ବିଜେପି ର ଯୁବ ମୋର୍ଚ୍ଚା  ସାଧାରଣ ସମ୍ପାଦକ  ଭାବେ ମନୋନୀତ ହୋଇଛନ୍ତି। ଏଥି ପୂର୍ବରୁ ସେ ଜିଲ୍ଲା  ବିଜେପି ଯୁବ ମୋର୍ଚ୍ଚା ଉପ ସଭାପତି ଭାବେ ଦାୟିତ୍ୱ ରେ ରହିଥିଲେ।ସେ ନିର୍ବାଚନ ମଣ୍ଡଳିର ଯୁବ ନେତା ଭାବେ ଅନେକ ପିରିଚୟ ସୃଷ୍ଟି କରିପାରିଥିବା ସହ ସେ ଅନେକ ଲୋକଙ୍କ ସମସ୍ୟା ଉପରେ ସ୍ଥାନୀୟ ପ୍ରଶାସନ ର ଦୃଷ୍ଟି ଆକର୍ଷଣ କରି  ବିଭିନ୍ନ ସମସ୍ୟା ସମାଧାନ କରାଇବାରେ ସଫଳ ହୋଇଛନ୍ତି।ଗତ କିଛି ମାସ ତଳେ ସ୍ଥାନୀୟ ଲକ୍ଷ୍ମୀପୂର ବ୍ଲକ ରେ ଜିଲ୍ଲାପାଳ ଙ୍କ ଜନଶୁଣାଣି କାର୍ଯ୍ୟକ୍ରମ ରେ ଲୋକଙ୍କ ଅଭିଯୋଗ  ଏବଂ ଗାଁ ମାନଙ୍କ ସମସ୍ୟା କେବଳ କାଗଜ ପତ୍ର ରେ ସୀମିତ ରହିଯାଉଛି, ଜନଶୁଣାଣୀ କେବଳ ପ୍ରହସନ କହିବା ସହ,କିଛି ସମାଧାନ ହଉନି ବୋଲି କହି ଜିଲ୍ଲାପାଳ ଙ୍କ ସମ୍ମୁଖରେ ଅଭିଯୋଗ କାଗଜ ଚିରି  ଫୋଫାଡ଼ି ଦେଇ ସ୍ଥାନୀୟ ଅଞ୍ଚଳ ରେ ଏବଂ କୋରାପୁଟ ଜିଲ୍ଲାରେ ଚର୍ଚ୍ଚାର ବିନ୍ଦୁ ପାଲଟିଥିଲେ। ବର୍ତମାନ ଦଳ ତାଙ୍କ ଉପରେ ଭରସା ରଖି ଓ ଲକ୍ଷ୍ମୀପୂର ବ୍ଲକ ରେ ବିଜେପି ର ସାଙ୍ଗଠନିକ ଆଗକୁ ବଢାଇବା ସକାଶେ ଆଶା ରଖି ଜିଲ୍ଲା ଯୁବ ମୋର୍ଚ୍ଚା  ସାଧାରଣ ସମ୍ପାଦକ ପଦବୀ ପ୍ରଦାନ କରିଛି, ଏହି ଦାୟିତ୍ୱ କୁ ସେ ସୁଚାରୁ ରୂପେ ପାଳନ କରିବେ ବୋଲି ପ୍ରକାଶ କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ