ସମ୍ବଲପୁର:ସମ୍ବଲପୁର ଲୋକ ମହୋତ୍ସବ -୨୦୨୪ ସମ୍ବର୍ଦ୍ଧନା ଉପସମିତିର ବୈଠକ ଆବାହକ ସୂର୍ଯ୍ୟ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ବୈଠକ ପ୍ରାରମ୍ଭ ରେ ବିଶିଷ୍ଟ ନାଟ୍ୟକାର ସ୍ବର୍ଗତ ଡ଼. ପ୍ରସନ୍ନ ସାହୁ, ଯାହାଙ୍କୁ ୨୦୨୦ ଲୋକ ମହୋତ୍ସବରେ ସମ୍ବର୍ଦ୍ଧିତ କରାଯାଇଥିଲା l ତାଙ୍କର ଅମର ଆତ୍ମା ର ଶାନ୍ତି ପାଇଁ ନିରବ ପ୍ରାର୍ଥନା କରିବା ସହ ଡ଼. ସାହୁ ଙ୍କର ସ୍ମୃତି ଚରଣ କରାଯାଇଥିଲା l
ଏଥର ଲୋକ ମହୋତ୍ସବ ୨୦୨୪ ରେ ବିଶେଷ ଭାବରେ ଲୋକ ନୃତ୍ୟ, ଲୋକ ସଂଗୀତ/ ଲୋକ ବାଦ୍ୟ, ଲୋକ ଗୀତ /ଲୋକ ସାହିତ୍ୟ, ନାଟକ, ପାରମ୍ପାରିକ ଲୋକ କଳା ଓ ଲୋକ ଭାଷା ତଥା ଲୋକ ସଂସ୍କୃତି ର ପ୍ରଚାର ପ୍ରସାର ଦିଗରେ କାର୍ଯ୍ୟ କରୁଥିବା ଅନୁଷ୍ଠାନ କୁ ସମ୍ବର୍ଦ୍ଧିତ କରାଯିବାର ବିଷୟରେ ସବିଶେଷ ଆଲୋଚନା କରାଯାଇଥିଲା l ପ୍ରତି ଦିନ ୨ ଜଣଙ୍କୁ ସମ୍ବର୍ଦ୍ଧିତ କରାଯିବା ସହ ସେମାନଙ୍କର ସମ୍ପର୍କରେ ଛୋଟିଆ ବୃତ୍ତ ଚିତ୍ର ସମ୍ବର୍ଦ୍ଧନା ପର୍ବ ସମୟର ପ୍ରଦର୍ଶିତ କରାଯିବା ବିଷୟ ମଧ୍ୟ ଆଲୋଚନା ହୋଇଥିଲା l
ଏବର୍ଷ ମଧ୍ୟ ଯେମିତି ଶୃଙ୍ଖଳିତ ଭାବରେ ସମ୍ବର୍ଦ୍ଧନା ପର୍ବ ସମ୍ପାଦନ କରଯାଇପାରିବ ସେଥି ପ୍ରତି ବିଶେଷ ଦୃଷ୍ଟି ଦେବାକୁ ଆଲୋଚନା ରେ ମତପ୍ରକାଶ ପାଇଥିଲା l ଯଦି କାହା ନଜର ରେ ସେମିତି ବିଶିଷ୍ଟ ଲୋକ କଳାକାର ଅଛନ୍ତି, ତାଙ୍କରି ବିଷୟରେ ସବିଶେଷ ବିବରଣୀ ଦେଇ ସମ୍ବର୍ଦ୍ଧନା ଉପସମିତି ର ୱାଟ୍ସପ ନମ୍ବର ୯୧୭୮୨୬୦୨୪୮କିମ୍ବା ୯୪୩୭୪୦୫୪୫୫କୁ ଆସନ୍ତା ଡିସେମ୍ବର ୧୭ ତାରିଖ ମଧ୍ୟରେ ପଠାଇବା ପାଇଁ ସମ୍ବର୍ଦ୍ଧନା ଉପସମିତି କୁ ଅନୁରୋଧ କରାଯାଇଛି l ସେମାନଙ୍କର ନାମ କୁ ସମ୍ବର୍ଦ୍ଧନା ଉପସମିତି ବିଚାରକ/ ଚୟନ ସମିତି ନିକଟରେ ଉପସ୍ଥାପନା କରାଯିବ।ଆଜିର ବୈଠକ ରେ ଅନ୍ୟ ମାନଙ୍କ ମଧ୍ୟରେ ମାନସ ବାନାର୍ଜୀ, ଡ଼. ରାଜାରାମ ଷଡ଼ଙ୍ଗୀ, ମମତା ପଣ୍ଡା, ଯୋଗେଶ ନନ୍ଦ, ପିଙ୍କି ପ୍ରଧାନ, ଦେବେନ୍ଦ୍ର ପ୍ରଧାନ ଓ ଉଲ୍ଲାସ ବାରିକ ପ୍ରମୁଖ ଉପସ୍ଥିତ ରହି ବିଭିନ୍ନ ସୁଚିନ୍ତିତ ମତାମତ ଦେଇଥିଲେ l
ଲୋକ ମହୋତ୍ସବ:ସମ୍ବର୍ଦ୍ଧନା ପର୍ବକୁ ଶୃଙ୍ଖଳିତ ଭାବରେ ସମ୍ପାଦନ କରାଯିବାକୁ ନିଷ୍ପତ୍ତି
