Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଶୀତର ପ୍ରକୋପ:ଅସହାୟଙ୍କୁ ସାହାଯ୍ୟର ହାତ ବଡେଇଲା ବିଜୁ ଜନତାଦଳ ମହାନଗର ଶାଖା

ସମ୍ବଲପୁର:ଆଜି ସମ୍ବଲପୁର ମହାନଗର ଅନ୍ତର୍ଗତ ୱାର୍ଡ ନମ୍ବର 30 ସାକ୍ଷୀପଡ଼ା ଠାରେ କମ୍ବଳ ଓ ଗ୍ୟାସଚୁଲା ବଣ୍ଟନ କାର୍ଯ୍ୟକ୍ରମ କରାଯାଇ ଅଛି | ଏହି କାର୍ଯ୍ୟକ୍ରମ ରେ ସମାଜସେବୀ ତଥା ବିଜେଡି ନେତା ହରଦୀପ ସିଂ ଭୁର୍ଜି (ବବି ସିଂ) ଙ୍କର ସୋଜନ୍ୟ ଓ ନେତୃତ୍ୱ ରୁ ଅସହାୟ ଲୋକଙ୍କୁ ବଢୁ ଥିବା ଶୀତକାଳ କୁ ଦେଖି କମ୍ବଳ ସହିତ ଗ୍ୟାସଚୁଲା ବଣ୍ଟନ କରାଗଲା ଓ ଲୋକ ଙ୍କର ସୁବିଧା ଓ ଅସୁବିଧା ବିଷୟ ରେ ଭି ବୁଝା ଗଲା। ନବୀନ ବାବୁ ଙ୍କର ବିକାଶ,ଲୋକାଭିମୁଖୀ ଯୋଜନା ଗୁଡିକରେ ଉପକୃତ ହୋଇ ଲୋକ ଚାହୁଁଛନ୍ତି ପୁଣିଥରେ ଆମ ପ୍ରିୟ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହୁଅନ୍ତୁ ଆଉ ଏହିପରି ରାଜ୍ୟ ର ବିକାଶ ହୋଉ ଥାଉ।ଏହି କାର୍ଯ୍ୟକ୍ରମ ରେ ବିଜେଡି ନେତ୍ରୀ ମାମି ଆଇନ,ମମତା ପଣ୍ଡା, ମୁନି ବେଗମ, ବାସନ୍ତୀ ମହାକୁର,ସୁରେଖା ସାହୁ, ଲିଲିମା ମଲ୍ଲିକ ଆଇନଜୀବି ସବିନୟ ପୂଜାରୀ, ସଂଜୀବ ପଟନାୟକ, ବିଜେଡି ସଭ୍ୟ ହରେକୃଷ୍ଣ ସରାଫ, ପ୍ରଶାନ୍ତ ନାୟକ, ହରି ହର ପାଣି, ନବୀନ ପଣ୍ଡା,ସୋନୁ ସିଂହ, ଇତ୍ୟାଦି ବହୁତ ସଂଖ୍ୟା ରେ ବିଜେଡି କର୍ମୀ ଉପସ୍ଥିତ ଥିବା ସଙ୍ଗେ ବହୁ ପଡ଼ା ବାସୀ ଉପସ୍ଥିତ ଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ