Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦୁର୍ଘଟଣା ରେ ୪ଆହତ…କାର ଓ ହାଇୱା ମଧ୍ୟରେ ମୁହାଁ ମୁଁହି ଧକ୍କା…

ଲକ୍ଷ୍ମୀପୂର ୧୩/୧୨ ଲକ୍ଷ୍ମୀପୂର ଟିମଝୋଲା ନିକଟରେ ଏକ  ଦୁର୍ଘଟଣା ରେ କାର ଓ ହାଇୱା ମଧ୍ୟରେ ମୁହାଁ ମୁଁହି ଧକ୍କା ହେବାରୁ ୪ଜଣ ଗୁରୁତ୍ୱ ର ଆହତ ହୋଇଛନ୍ତି….
ସ୍ଥାନୀୟ ଲୋକେ ଆହତ ସମସ୍ତଙ୍କୁ  ଲକ୍ଷ୍ମୀପୂର ଡାକ୍ତରଖାନା ରେ ଭର୍ତି କରିବା ପରେ  ପ୍ରାଥମିକ ଚିକିତ୍ସା କରାଯାଇ କୋରାପୁଟ ଏସଏଲଏନ  ମେଡିକାଲ କଲେଜ କୁ   ସ୍ଥାନାତର କରାଯାଇଛି …ଭୁବନେଶ୍ୱର ରୁ  ଏକ କାର ରେ ନବରଙ୍ଗପୁର କୁ ଫେରୁଥିଲେ ୪ଜଣ..ପ୍ରବଳ କୁହୁଡି କାରଣରୁ ରାସ୍ତା ଭଲ ଭାବେ ଦେଖା ଯାଉନଥିବା ବେଳେ ଏହି ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି…ଆହତ ସମସ୍ତେ ନବରଙ୍ଗପୁର ଜିଲ୍ଲା ତେନ୍ତୁଳୀଖୁଣ୍ଟି ବ୍ଲକ ଅଞ୍ଚଳ ଗୁମା ଗାଁ ର ବୋଲି ଜଣା ପଡିଛି..ଆହତ ଙ୍କ ମଧ୍ୟରେ ଶିବରାମ ଆଚାର୍ଯ୍ୟ, ଦୀନେଶ ମିଶ୍ର, ବିମଳ ଚଉଧୁରୀ, ସୁବୀର ସାହୁ ରହିଛନ୍ତି…ସମସ୍ତ ଙ୍କ ର ଗୋଡ ହାତ ଭାଙ୍ଗିବା ସହ ମୁଣ୍ଡ ମଧ୍ୟ ଫାଟି ଗୁରୁତ୍ୱ ର ଆହତ ହୋଇଛନ୍ତି.  ଘଟଣା ସ୍ଥଳରେ ଲକ୍ଷ୍ମୀପୂର ପୋଲିସ ପହଞ୍ଚି ଛନଭିନ କରୁଛି..ଦୁର୍ଘଟଣା ଗ୍ରସ୍ତ କାର ଚୁରମାର ହୋଇଯାଇଛି…

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ