ବୀରମହାରାଜପୁର : (ସୌମିତ୍ରି ମେହେର) ବୀରମହାରାଜପୁର ବ୍ଲକ କେନଝିରିଆପାଲି ପଞ୍ଚାୟତ ଅନ୍ତର୍ଗତ ବଳିପାଲି ଗ୍ରାମର ଦିନବନ୍ଧୁ ଜାଲଙ୍କ ଧାନ ଖରିରେ ନିଆଁ ଲାଗି ବାରୁ ସବୁ ପୋଡି ନଷ୍ଟ ହୋଇ ଯାଇଥିବା ଜଣାଯାଇଛି । ମଙ୍ଗଳବାର ସକାଳୁ କୈାଣସି କାରଣରୁ ଉକ୍ତ ଚାଷୀଙ୍କ ଚାଷ ଜମିରେ ଗଦା ହୋଇଥିବା ଗୋଟିଏ ଏକର ପ୍ରାୟ ୨୫ କୁଇଣ୍ଟାଲ ଧାନରେ ନିଆଁ ଲାଗି ଯାଇଥିଲା । ଖବର ପାଇ ବୀରମହାରାଜପୁର ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚିଲା ବେଳକୁ ଧାନ ସମ୍ପୂର୍ଣ୍ଣ ପୋଡ଼ି ପାଉଁଶ ହୋଇଯାଇଥିଲା । ସ୍ଥାନୀୟ ସରପଞ୍ଚ ସସ୍ମିତା ଦୀପ , ୱ।ର୍ଡ ମେମ୍ବର ପ୍ରମୁଖ ଘଟଣା ସ୍ଥଳରେ ପହଞ୍ଚି ଅନୁଧ୍ୟାନ କରିଥିଲେ। ଉକ୍ତ ଚାଷୀ ଜଣକ ଗରିବ ଶ୍ରେଣୀର ହୋଇଥିବାରୁ ତାଙ୍କର ପୋଡି ଯାଇଥିବା ଧାନର କ୍ଷୟକ୍ଷତି ଆକଳନ କରି ତାଙ୍କୁ ସହାୟତା ଯୋଗାଇଦେବାକୁ ଦାବି ହେଉଛି ।
ଧାନ ଖରି ରେ ନିଆଁ ଲାଗି ପ୍ରାୟ 25 କୁଇଣ୍ଟାଲ ଧାନ ଜଳିଗଲା
