Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମା ଝାଡେଶ୍ବରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ କୈଶୋର ସ୍ୱାସ୍ଥ୍ୟ ସଚେତନତା ଓ ପ୍ରାଥମିକ ଚିକିତ୍ସା କର୍ମଶାଳା

ସମ୍ବଲପୁର(ଧମା):ଆଜି ମା ଝାଡେଶ୍ବରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂଆ-ଓ ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଅନ୍ତର୍ଗତ ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମରେ ବିଦ୍ୟାଳୟର ୟୁଥ୍‌ ରେଡ୍‌କ୍ରସ ଓ ଜାତୀୟ ସେବା ଯୋଜନା ୟୁନିଟ ଆନୁକୁଲ୍ୟରେ କୈଶୋର ସ୍ୱାସ୍ଥ୍ୟ ସଚେତନତା ଓ ପ୍ରାଥମିକ ଚିକିତ୍ସା କର୍ମଶାଳା ଆୟୋଜିତ ହୋଇଯାଇଛି। ବିଦ୍ୟାଳୟର ଅଧ୍ୟକ୍ଷ ଅଶୋକ କୁମାର ପୁରୋହିତଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସଭାରେ ସମାଜସେବୀ ଡା. ରାଜାରାମ ଷଡଙ୍ଗୀ ପ୍ରଶିକ୍ଷକ-ବକ୍ତା ଭାବରେ ଯୋଗଦେଇ କହିଥିଲେ ଯେ,କୈଶୋରାବସ୍ଥା ମଣିଷ ଜୀବନର ଏକ ଗୁରୁତ୍ତ୍ବପୂର୍ଣ୍ଣ ଅବସ୍ଥା ଏବଂ ଏହି ସମୟରେ ଶାରିରୀକ ଓ ମାନସିକ ସ୍ତରରେ ଅନେକ ପରିବର୍ତ୍ତନ ଆସେ ତେଣୁ ଏଭଳି ପରିସ୍ଥିତିରେ ସତର୍କ ରହିବା ଓ ସଂଯମିତ ରହିବା ନିହାତି ଜରୁରୀ। ଆମେ ନିଜେ ପରିଷ୍କାର ପରିଚ୍ଛନ୍ନତା ପ୍ରତି ଗୁରୁତ୍ତ୍ୱ ଦେବା ସହ ପରିବାରର ସମସ୍ତ ସଦସ୍ୟଙ୍କ ସକାଶେ ପୁଷ୍ଟିକର ଖାଦ୍ୟ ବ୍ୟବସ୍ଥା ପ୍ରତି ସଚେତନ ହେବା ଆବଶ୍ଯକ ବୋଲି କହି ସେ ଅନେକ ଦୃଷ୍ଟାନ୍ତ ଜରିଆରେ କିଭଳି ଅତି ସୁଲଭ ମୂଲ୍ୟରେ ତଥା ସହଜରେ ଏ ସମସ୍ତ ବ୍ୟବସ୍ଥା କରିପାରିବ ତାହା ବୁଝାଇଥିଲେ।ସଭାରେ ମା’ ଝାଡେଶ୍ୱରୀ ମହାବିଦ୍ୟାଳୟର ଅଧ୍ଯକ୍ଷ ଅନିଲ ପ୍ରଧାନ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ସ୍ୱାସ୍ଥ୍ୟ ସଚେତନ ହେବାପାଇଁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ। ଅଧ୍ୟାପକ ରବିନ୍ଦ୍ରନାରାୟଣ ଠାକୁର ସଭା ସଂଯୋଜନା କରିଥିବା ବେଳେ ବିଦ୍ୟାଳୟର ୟୁଥ୍‌ ରେଡ୍‌କ୍ରସ ସଂଯୋଜିକା ସ୍ମାରକୀ ମାହାର ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ।ଶେଷରେ ବିଦ୍ୟାଳୟ ଜାତୀୟ ସେବା ଯୋଜନାର କାର୍ଯ୍ୟକ୍ରମ ସଂଚାଳକ ବନୋଜ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଅଧ୍ୟାପିକା ମିନତି ଦାଶ,ଦୀପ୍ତିରେଖା ପଣ୍ଡା,ସ୍ୱାତି ପତି,ମୌସୁମୀ ଷଢଙ୍ଗୀ,ସୁଶ୍ରୀତ ଷଢଙ୍ଗୀ ପ୍ରମୁଖ ଅଧ୍ୟାପିକା, କର୍ମଚାରୀମାନେ କାର୍ଯ୍ଯକ୍ରମରେ ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ