Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଫେବୃଆରୀ ୨୦ରୁ ମାଟ୍ରିକ ପରୀକ୍ଷା, ସରିବ ମାର୍ଚ୍ଚ ୪ରେ; ଜାଣନ୍ତୁ କେଉଁ ଦିନ କେଉଁ ବିଷୟ ରହିଛି

ଭୁବନେଶ୍ଵର: ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷା କାର୍ଯ୍ୟସୂଚୀ। ଆସନ୍ତା ଫେବୃଆରୀ ୨୦ରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହୋଇ ମାର୍ଚ୍ଚ ୪ ପର୍ଯ୍ୟନ୍ତ ଚାଲିବ। ୨୯୯୧ କେନ୍ଦ୍ରରେ ୫ ଲକ୍ଷ ୫୧ ହଜାର ୬୧୧ ଜଣ ପିଲା ପରୀକ୍ଷା ଦେବେ। ମାର୍ଚ୍ଚ ୧୫ରୁ ମାଟ୍ରିକା ଖାତା ଦେଖା ଆରମ୍ଭ ହେବ ବୋଲି ବୁଧବାର ସୂଚନା ଦେଇଛନ୍ତି ବୋର୍ଡ ସଭାପତି।

ପରୀକ୍ଷା କାର୍ଯ୍ୟସୂଚୀ ଅନୁଯାୟୀ, ଫେବୃଆରୀ ୨୦ ରେ ସାହିତ୍ୟ, ୨୩ରେ ଇଂରାଜୀ, ଫେବୃଆରୀ ୨୬ରେ ଗଣିତ, ୨୮ରେ ହିନ୍ଦୀ/ସଂସ୍କୃତି ପରୀକ୍ଷା ଆୟୋଜିତ ହେବ। ସେହିପରି ମାର୍ଚ୍ଚ ୨ରେ ବିଜ୍ଞାନ, ମାର୍ଚ୍ଚ 4 ରେ ଶେଷ ଦିନ ସାମାଜିକ ବିଜ୍ଞାନ ପରୀକ୍ଷା ହେବ। ପରୀକ୍ଷା ୨ ଘଣ୍ଟା ପୂର୍ବରୁ ବୋର୍ଡ ୱେବ ସାଇଟରୁ ଡାଉନ ଲୋଡ଼ କରିବେ ସ୍କୁଲ। ସକାଳ ୯ ଟାରୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା। ଗଣିତ ପରୀକ୍ଷା ପାଇଁ ୧୫ ମିନିଟ ଅଧିକ ପାଇବେ ପରୀକ୍ଷାର୍ଥୀ। ପରୀକ୍ଷା ପାଇଁ ୩୧୩ ନୋଡାଲ ସେଣ୍ଟରର ବ୍ୟବସ୍ଥା କରାଯାଇଛି।

ଫର୍ମ ଫିଲପରେ ସମସ୍ୟା ଥିଲେ ଆଗାମୀ ୭ ଦିନ ଭିତରେ ସଂଶୋଧନ କରିହେବ। ତ୍ରିସ୍ତରୀୟ ସ୍କାର୍ଡ ବ୍ୟବସ୍ଥା କରିବ ବୋର୍ଡ। ସମ୍ବେଦନଶୀଳ ସେଣ୍ଟର ମାନଙ୍କରେ ଲାଗିବ ସି ସି ଟିଭି ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ