Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୁଟୁରାଚୁଆଁ ଉଚ୍ଚତର ମାଧ୍ୟମିକ ବିଦ୍ୟାଳୟ ନୂଆ-ଓ ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଉଦଯାପିତ

ସମ୍ବଲପୁର (କୁଚିଣ୍ଡା): ଉପଖଣ୍ଡ ଅନର୍ଗତ କୁଟୁରାଚୁଆଁ ଉଚ୍ଚତର ମାଧ୍ୟମିକ ବିଦ୍ୟାଳୟ ରେ ଗତ ୧ ତାରିଖ ରୁ ଆରମ୍ଭ ହୋଇଥିବା ନୂଆ ଓ ଯୁବ ଓଡିଶା ନବୀନ ଓଡିଶା କାର୍ୟ୍ୟକ୍ରମ ର ବୁଧବାର ଅଧ୍ୟକ୍ଷ ନିଳାଞ୍ଚଳ ତିଓ୍ୟାରୀ ଙ୍କ ଅଧ୍ୟକ୍ଷତା ରେ ଉଦଯାପିତ ହୋଇଯାଇଅଛି। ପ୍ରାରମ୍ଭ ରେ ଉପସ୍ଥିତ ଅତିଥୀଗଣ ମାଁ ସମଲେଶ୍ବରୀ ଙ୍କ ତୈଳଚିତ୍ର ରେ ଦୀପ ପ୍ରଜ୍ଜଳନ କରିଥିଲେ। ଏହି ଅବସର ରେ ସମ୍ବଲପୁର ଜିଲ୍ଲା ପରିଷଦ ଅଧ୍ୟକ୍ଷା କୁମୋଦିନି ନାଏକ ଙ୍କ ମୁଖ୍ୟ ଅତିଥୀ ଭାବରେ ଯୋଗ ଦେଇ ଯୁବ ଓଡିଶା ଓ ନବୀନ ଓଡିଶା କାର୍ୟ୍ୟକ୍ରମ ମାଧ୍ୟମରେ ନିଜର ପ୍ରତିଭା ବିକଶିତ କରି ଉତ୍ତମ ମଣିଷ ହେବା ପାଇଁ ମାର୍ଗଦର୍ଶନ କରିଥିଲେ। କୁଟୁରାଚୁଆଁ ନୋଡାଳ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଭବାନିଶଙ୍କର ନାୟକ ମୁଖ୍ୟବ୍ୟକ୍ତା ଭାବରେ ଯୋଗ ଦେଇ ମାନବ ସେବା ରେ ନିଜକୁ ଉର୍ସଗ କରିବାକୁ ପରାମର୍ଶ ଦେଇଥିଲେ। ଏଥିରେ ସାମାଜିକ ,ସାଂକୃତିକ ଓ ଖେଳକୁଦ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି। ଏହି ଅବସର ରେ ଅବସରପ୍ରାପ୍ତ ଅଧ୍ୟକ୍ଷ ସୁବାଷ ଚନ୍ଦ୍ର ନାଏକ,ପୂର୍ବତନ ସଂପାଦକ ହିମାଂଶୁ ମହାପାତ୍ର, ବାମର ଜୋନ ୧ ଜିଲ୍ଲା ପରିଷଦ କୃଷ୍ଠ ଚନ୍ଦ୍ର ଟପୋ, ପ୍ରତିଷ୍ଠାତା ସଭ୍ୟ ନୃପଳାଳ ପଟେଳ ,ଛାତ୍ର ସଂସଦ ର ସଭାପତି ଅରୁଣ କୁମାର ପଟେଳ ପ୍ରମୁଖ ମଞାସିନ ସମ୍ମାନିତ ଅତିଥୀ ଭାବରେ ଯୋଗ ଦେଇଥିଲେ। ବରିଷ୍ଠ ଅଧ୍ୟାପକ ତଥା ନୋଡାଳ ଅଧିକାରୀ କୃଷ୍ଣଚନ୍ଦ୍ର ପୂଝାରୀ ମଞ ପରିଚାଳନା କରିଥିବା ବେଲେ ସାଂକୃତିକ ରେ ଅଧ୍ୟାପିକା ଭାବନା ପାଣ୍ଡେ,ସାମାଜିକ ରେ ଅଧ୍ୟାପକ ସତ୍ୟନାରାରଣ ପଟେଳ ଓ ଖେଳକୁଦ ରେ ଅଧ୍ୟାପକ ସୁଧୀର କୁମାର ନାଏକ ଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାରେ ସମସ୍ତ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି। ଉପସ୍ଥିତ ଅତିଥୀଗଣ ବିଭିନ୍ନ ବିଭାଗ ରେ ବିଜୟୀ ହୋଇଥିବା ଛାତ୍ର ଛାତ୍ରୀମାନଙ୍କୁ ମାନପତ୍ର ଓ ମେଡାଲ ପ୍ରଦାନ କରିଥିଲେ। ଏଥିରେ ଗ୍ରାନ୍ତଗାରିକ ଦେବାନନ୍ଦ ମହାପାତ୍ର,ଶିକ୍ଷା ଡେମୋଷ୍ଟେଟର ପ୍ରତିମା କୁମାରୀ ନାଏକ,କିରାଣୀ ଭେଷଜ ଗରଡିଆ,ଡିଇଓ ସମିନ ରଞନ ନାଏକ,ଜୟଦେବ ରାଉତ ଓ ଅସିମ ପରୁଆ ଉପସ୍ଥିତ ରହି ସହଯୋଗ କରିଥିଲେ। ଶେଷରେ ଅଧ୍ୟାପିକା ଭାବନା ପାଣ୍ଡେ ଧନ୍ୟବାଦ୍ ଅର୍ପଣ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ