ବୀରମହାରାଜପୁର : (ସୌମିତ୍ରି ମେହେର ) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅର୍ନ୍ତଗତ ଚଡେଇପଙ୍କ ପଞ୍ଚାୟତ ର ଲଖନପୁର ଜଗନ୍ନାଥ କଲ୍ୟାଣ ମଣ୍ଡପ ଠାରେ ଆଜି ବୀରମହାରାଜପୁର ନିର୍ବାଚନ ମଣ୍ଡଳୀ ର ବିଜୁ ଜନତା ଦଳ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି l ଏହି ପ୍ରଶିକ୍ଷଣ ଶିବିରରେ ପୂର୍ବତନ ମନ୍ତ୍ରୀ ତଥା ବୀରମହାରାଜପୁର ବିଧାୟକ ପଦ୍ମନାଭ ବେହରା , ଉଲୁଣ୍ଡା ବ୍ଲକ ଅଧ୍ୟକ୍ଷ୍ୟା ଶାନ୍ତିଲତା ମିଶ୍ର , ସୁପରିଚିତ ଯୁବସମାଜସେବୀ କୃର୍ତିବାସ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ । ଏହି ପ୍ରଶିକ୍ଷଣ ଶିବିରରେ ମୁଖ୍ୟତଃ ଉଲୁଣ୍ଡା ବ୍ଲକ ଜୋନ ନଂ – ୧ର ସମସ୍ତ ସକ୍ରିୟ କର୍ମୀ , କର୍ମକର୍ତ୍ତା ମାନଙ୍କୁ ସୁଯୋଗ ଦିଆଯାଇଥିଲା l ଆସନ୍ତା ତା ୧୬-୧୨-୨୦୨୩ ରିଖ ଶନିବାର ଦିନ ଜୋନ ନଂ – ୨ର ସକ୍ରିୟ କର୍ମୀ ଓ କର୍ମକର୍ତ୍ତା ମାନଙ୍କୁ ନେଇ ପୁଣିଥରେ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହେବ ବୋଲି ଜଣାପଡିଛି । ଏହି କାର୍ଯ୍ୟକ୍ରମରେ ବିଜୁ ଜନତା ଦଳର କାର୍ଯ୍ୟକର୍ତ୍ତା ଓ ଶତାଧିକ ଦଳୀୟ କର୍ମୀ ଯୋଗଦେଇ ଥିଲେ।
ଉଲୁଣ୍ଡା ବ୍ଲକ ରେ ବିଜୁ ଜନତାଦଳର ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ
