Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ପରିତ୍ୟକ୍ତ ବୋରୱେଲରୁ ନବଜାତ ଶିଶୁକନ୍ୟା ସୁରକ୍ଷିତ ଭାବେ ଉଦ୍ଧାର ହେବା ଖବର ଆଶ୍ୱସ୍ତ କରିଛି – ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର:ସମ୍ବଲପୁର ଜିଲ୍ଲା ରେଙ୍ଗାଲି ଥାନା ଅନ୍ତର୍ଗତ ପରିତ୍ୟକ୍ତ ବୋରୱେଲରୁ ନବଜାତ ଶିଶୁକନ୍ୟା ସୁରକ୍ଷିତ ଭାବେ ଉଦ୍ଧାର ହେବା ଘଟଣାରେ ଆଶ୍ୱସ୍ତ ପ୍ରକାଶ କରିବା ସହ ଉଦ୍ଧାରକାରୀ ଟିମକୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଶ୍ରୀ ପ୍ରଧାନ ଟ୍ୱିଟ୍ କରିଛନ୍ତି ଯେ ସମ୍ବଲପୁରର ଲାରିପାଲି ସ୍ଥିତ ଶ୍ରୀରାମ ବୁଢା ଜଙ୍ଗଲ ଠାରେ ପରିତ୍ୟକ୍ତ ବୋରୱେଲରୁ ନବଜାତ ଶିଶୁକନ୍ୟା ସୁରକ୍ଷିତ ଭାବେ ଉଦ୍ଧାର ହେବା ଖବର ଆମ ସମସ୍ତଙ୍କୁ ଆଶ୍ୱସ୍ତ କରିଛି । ମାଆ ସମଲେଶ୍ୱରୀଙ୍କ ପାଖରେ ଶିଶୁଟିର ସୁସ୍ଥ ଓ ନିରାମୟ ଜୀବନ କାମନା କରୁଛି । ଉଦ୍ଧାରକାରୀ ଟିମ୍‌ର ସଦସ୍ୟଙ୍କୁ ଧନ୍ୟବାଦ ବୋଲି କେନ୍ଦ୍ରମନ୍ତ୍ରୀ ଟ୍ୱିଟ୍ କରିଛନ୍ତି ।