Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଏପ୍ରିଲ ୧୦ରୁ ଯୁକ୍ତ ୨ ଖାତାଦେଖା; ୨ଟି ପର୍ଯ୍ୟାୟରେ ହେବ ମୂଲ୍ୟାୟନ

ଭୁବନେଶ୍ବର: ଆସନ୍ତା ଏପ୍ରିଲ ୧୦ରୁ ଆରମ୍ଭ ହେବ ଯୁକ୍ତ ୨ ଖାତା ମୂଲ୍ୟାୟନ। ମୂଲ୍ୟାୟନ ପ୍ରକ୍ରିୟାରେ ଯେପରି କୌଣସି ସମସ୍ୟା ନଉପୁଜିବ ସେଥିପାଇଁ ଏହାକୁ ୨ଟି ପର୍ଯ୍ୟାୟରେ ବିଭକ୍ତ କରାଯାଇଛି। ସୂଚନା ଅନୁଯାୟୀ ଚଳିତ ବର୍ଷ ମାର୍ଚ୍ଚ ୧ରେ ଆରମ୍ଭ ହୋଇଥିଲା ଯୁକ୍ତ ୨ ପରୀକ୍ଷା। ୧୧୪୫ଟି ପରୀକ୍ଷା କେନ୍ଦ୍ରରେ ପ୍ରାୟ ସାଢେ ୩ ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ।

ପ୍ରଥମ ପର୍ଯ୍ୟାୟ ଏପ୍ରିଲ ୧୦ରୁ ୨୨ ପ୍ରଥମ ଚାଲିବ ମୂଲ୍ୟାୟନ ପ୍ରକ୍ରିୟା। ଏହାପରେ ଦ୍ୱିତୀୟ ପର୍ଯ୍ୟାୟ ଖାତା ଦେଖା ଏପ୍ରିଲ ୨୩ରୁ ମେ’ ୭ ତାରିଖ ପର୍ଯ୍ୟନ୍ତ ହେବ। ଏ ନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି। ଚଳିତ ବର୍ଷ ଉଭୟ ଅନ୍‌ଲାଇନ ଓ ଅଫ୍‌ଲାଇନ ଜରିଆରେ ହେବ ଖାତାଦେଖା ପ୍ରକ୍ରିୟା।

ସୂଚନାଯୋଗ୍ୟ, ଚଳିତବର୍ଷ କଳାରେ ୨ଲକ୍ଷ ୧୯ହଜାର ୧୧୦, ବିଜ୍ଞାନରେ ୯୧,୩୭୯, ବାଣିଜ୍ୟରେ ୨୩,୧୪୮ଜଣ ଓ ଧନ୍ଦାମୂଳକ ଶିକ୍ଷାରେ ୫ହଜାର ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ।