Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅଖିଳ ଭାରତ ଗ୍ରାମୀଣ ଡାକ ସେବକ ସଙ୍ଘ ପକ୍ଷରୁ ଅନିର୍ଦ୍ଧିଷ୍ଟ କାଳ ଧର୍ମଘଟ

ବେଲଗୁଣ୍ଠା, 13/12, ବିଭିନ୍ନ ଦାବି ନେଇ ଅଖିଳ ଭାରତ ଗ୍ରାମୀଣ ଡାକ ସେବକ ସଂଘର ଡାକରାରେ ବେଲଗୁଣ୍ଠା ବ୍ଳକ୍ ର ଡାକ ସେବକ ସଂଘ ଅନିର୍ଦ୍ଦିଷ୍ଟ କାଳ ଧର୍ମଘଟକୁ ଓହ୍ଳାଇବା ପରେ ଡ଼ାକ ସେବା ପ୍ରଭାବିତ ହୋଇଛି I ଡ଼ାକ ସେବକଙ୍କ ବିଭିନ୍ନ ଦାବି ମଧ୍ୟରେ ଡ଼ାକ ସେବକଙ୍କୁ ସିଭିଲ୍ ସର୍ଭେଣ୍ଟ୍ ର ମାନ୍ୟତା ଦେବା ସହିତ ସେମାନଙ୍କ କାର୍ଯ୍ୟ ନିର୍ଘଣ୍ଟକୁ ଆଠ ଘଣ୍ଟା କରିବା, ନିୟମିତ କର୍ମଚାରୀଙ୍କ ପରି ପଦୋନ୍ନତି ପ୍ରଦାନ କରିବା, ଅବସରପ୍ରାପ୍ତ କର୍ମଚାରୀଙ୍କୁ ପେନସନ୍ କରିବା, ଗ୍ରାଚ୍ୟୁଇଟି ଏବଂ ଗୃପ୍ ବୀମା 500000 ଟଙ୍କା ପ୍ରଦାନ କରିବା, 180 ଦିନ କାର୍ଯ୍ୟ ଦିବସ ଛୁଟି ଏନକେସମେଣ୍ଟ୍, ଟାର୍ଗେଟ୍ ନାମରେ ଡାକ ସେବକମାନଙ୍କୁ ମାନସିକ ନିର୍ଯ୍ୟାତନା ବନ୍ଦ ଏବଂ ସମାନ କାମକୁ ସମାନ ଦରମା ପ୍ରଦାନ କରିବା ସମ୍ପର୍କରେ ଉଲ୍ଲେଖ ରହିଛି I ଆଜି ବେଲଗୁଣ୍ଠା ଡ଼ାକ ଘର ସମ୍ମୁଖରେ ବ୍ଳକ୍ ର ସମସ୍ତ ଡ଼ାକଘର ଅଧୀନରେ ଥିବା ଡାକ ସେବକ ମାନେ ନିଜର ଦାବି ସମ୍ପର୍କରେ ନାରା ଦେବା ସହିତ ଦାବି ପୂରଣ ନହେବା ପର୍ଯ୍ୟନ୍ତ ସେମାନେ କାର୍ଯ୍ୟରେ ଯୋଗ ଦେବେ ନାହିଁ ବୋଲି ପ୍ରକାଶ କରିଥିଲେ I

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ