Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଓବିସି ଜାଗରଣ ରଥକୁ ବିପୁଳ ସ୍ୱାଗତ ପାଇଁ ପ୍ରସ୍ତୁତି ବୈଠକ

ସମ୍ବଲପୁର: ପଛୁଆ ବର୍ଗ (ଓବିସି) ଙ୍କ ସାମ୍ବିଧାନିକ ନାର୍ଯ୍ୟ ହକ୍ ଅଧିକାର ନେଇ ଗତ ୨୪ ତାରିଖ ବ୍ରଜରାଜନଗର ରାମଚଣ୍ଡୀ ମନ୍ଦିର ଠାରୁ ଆରମ୍ଭ ହୋଇଥିବା ଓବିସି ଜନ ଜାଗରଣ ରଥ ସମଗ୍ର ପଶ୍ଚିମ ଓଡିଶା ପରିକ୍ରମା କରୁଛି I ଏହି ଜାଗରଣ ରଥ ଶୋଭାଯାତ୍ରାରେ ହଜାର ହଜାର ସଂଖ୍ୟାରେ ପୁରୁଷ, ମହିଳା, ଯୁବକ ଛାତ୍ର ସାମିଲ ହେଉଛନ୍ତି I ଏହି ଜନ ଜାଗରଣ ରଥ କୁ ସମ୍ବଲପୁରରେ ଭବ୍ୟ ସ୍ୱାଗତ କରିବା ପାଇଁ ମଞ୍ଚର ସମ୍ବଲପୁର ଜ଼ିଲ୍ଲା ଶାଖା ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଆଜି ସ୍ଥାନୀୟ ସାମ୍ବାଦିକ ଭବନ ଠାରେ ଅନୁଷ୍ଠିତ ହୋଇଥିଲା I ଆସନ୍ତା ୧୬ ତାରିଖ ଶନିବାର ଅପରାହ୍ନ ୩ ଟା ସମୟରେ ଏହି ରଥ ସମ୍ବଲପୁର ଜ଼ିଲ୍ଲା ପ୍ରବେଶ କରିବା ପରେ ଗୋଶାଳା ରେ ମଞ୍ଚ ପକ୍ଷରୁ ଭବ୍ୟ ସ୍ୱାଗତ କରାଯିବ I ରଥ କୁ ଓବିସି କର୍ମୀ ମାନେ ଏକ ମୋଟର ସାଇକେଲ ଶୋଭାଯାତ୍ରାରେ ସହର ପରିକ୍ରମା ପୂର୍ବକ ନେଲସନ ମଣ୍ଡେଲା ଛକ, ମୁନିସିପାଲିଟି ଛକ, ଗୋଲ ବଜାର ଛକ, ଲଷ୍ମୀ ଟକିଜ ଛକ, ଜିମ କଲେଜ ଛକ, ବୁଢ଼ାରଜା, ଅଇଁଠାପାଲି ଛକରେ ଏକ ପଥପ୍ରାନ୍ତ ସଭା ଅନୁଷ୍ଠିତ ହେବ ବୋଲି ପ୍ରସ୍ତାବ ଗୃହୀତ ହୋଇଛି I ଜ଼ିଲ୍ଲାରେ ବସବାସ କରୁଥିବା ପ୍ରାୟ ୨୮ ଟି ଅନ୍ୟନ୍ୟା ପଛୁଆ ବର୍ଗ ଜାତି, ସମାଜ ପକ୍ଷରୁ ବିଭିନ୍ନ ଛକ ମାନଙ୍କରେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା କରାଯିବ I ଅନୁଷ୍ଠିତ ହେବାକୁ ଥିବା ଏହି ଶୋଭାଯାତ୍ରାରେ ଜ଼ିଲ୍ଲାରେ ବସବାସ କରୁଥିବା ଓବିସି ସମ୍ପ୍ରଦାୟର ଶତାଧିକ ସଂଖ୍ୟାରେ ମହିଳା ଓ ପୁରୁଷ, ଯୁବକ, ଛାତ୍ର ଯୋଗଦାନ କରି କାର୍ଯ୍ୟକ୍ରମ କୁ ସଫଳ କରିବାକୁ ଓବିସି ମଞ୍ଚ ର ଜ଼ିଲ୍ଲା ଆବାହକ ସରୋଜ ସାହୁ ଅନୁରୋଧ କରିଛନ୍ତି I ଆଜିକାର ଅନୁଷ୍ଠିତ ଏହି ପ୍ରସ୍ତୁତି ବୈଠକରେ ବିଶିଷ୍ଟ ଓବିସି କର୍ମୀ ଜଟା ଭୂଷଣ ସାହୁ, ଭୋଲା ମହତ୍ତମ, ହୀରାଲାଲ ବେହେରା, କରୁଣାକର ବିଶ୍ୱାଳ, ସୁରେନ୍ଦ୍ର ବିଶ୍ୱାଳ,ସତ୍ୟ ନାରାୟଣ ସ୍ୱାଇଁ, ଭବାନୀ ଶଙ୍କର ପ୍ରଧାନ, କୁମର ସାହୁ ପ୍ରମୁଖ ଉପସ୍ଥିତ ରହି ସୁଚିନ୍ତିତ ମତାମତ ଦେଇ କାର୍ଯ୍ୟକ୍ରମକୁ ସଫଳ କରିବାକୁ ଆହ୍ୱାନ କରିଥିଲେ I

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ