Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବୋରୱେଲ ଭିତରୁ ଉଦ୍ଧାର ନବଜାତ ଶିଶୁର ସ୍ୱାସ୍ଥ୍ୟାବସ୍ଥା ତଦାରକ କଲେ ବିଧାୟକ

ସମ୍ବଲପୁର:ଗତକାଲି ରେଙ୍ଗାଲି ବିଧାନସଭା ଜାଙ୍ଗଲା ପଞ୍ଚାୟତ ଅନ୍ତର୍ଗତ ଲାରିପାଲି ଠାରେ ବୋର୍’ୱେଲ ଭିତରେ ପଡ଼ି ରହିଥିବା ନବଜାତ ଶିଶୁକୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ଉଦ୍ଧାର କଲା ପରେ ଭିମସାରରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି ।
ଗତକାଲି ଭୁବନେଶ୍ୱର ରେ ହୋଇଥିବା ପବ୍ଲିକ୍ ଏକାଉଣ୍ଟ୍ କମିଟି ବୈଠକରେ ଯୋଗ ଦେଇ ପାଇଁ ରେଙ୍ଗାଲି ବିଧାୟକ ନାଉରୀ ନାୟକ ଦିନକ ପୂର୍ବରୁ ରାଜଧାନୀ ଗସ୍ତ କରିଥିଲେ । ଘଟଣା ସମୟରେ ବିଧାୟକ ଭୁବନେଶ୍ୱରରେ ଥିଲେ।ଖବର ପାଇ ସେଠାରୁ ଫେରି ସିଧା ସଳଖ ବୁର୍ଲା ଭୀମସାରକୁ ଯାଇ ନବଜାତ ଶିଶୁର ଯତ୍ନ ଉପରେ ତଦାରଖ କରିଥିଲେ। ଶିଶୁ ରୋଗ ବିଭାଗ ର ଡା.ବିରେନ୍ଦ୍ର ପ୍ରଧାନ ଓ ଡ଼ା.ପ୍ରଣବ ପାଣିଗ୍ରାହୀ ଙ୍କୁ ଚିକିତ୍ସାଧିନ ନବଜାତ ଶିଶୁ ର ସ୍ଵାସ୍ଥ୍ୟ ସମ୍ପର୍କିତ ସମସ୍ତ ବିଷୟ ପଚାରି ବୁଝିଥିଲେ ।ଏହି ସମୟରେ ଡା.ରାମଚନ୍ଦାନୀ ମଧ୍ୟ ଉପସ୍ଥିତ ରହିଥିବା ଦେଖିବାକୁ ମିଳିଥିଲା।
ନବଜାତ ଶିଶୁର ଉଦ୍ଧାର କାର୍ଯ୍ୟରେ ପ୍ରାଣ ପଣେ ଚେଷ୍ଟା କରୁଥିବା ଓଡ୍ରାଫ୍ ଟିମ୍, ପୋଲିସ ପ୍ରଶାସନ ଓ ଅନବରତ ଭାବେ ଖବର ପ୍ରସାର କରୁଥିବା ଗଣମାଧ୍ୟମ ବନ୍ଧୁ ମାନଙ୍କୁ ରେଙ୍ଗାଲି ବିଧାୟକ ନାଉରୀ ନାୟକ ଧନ୍ୟବାଦ୍ ଜଣାଇଛନ୍ତି ।
ଆଜିର ଏହି ପରିଦର୍ଶନ ସମୟରେ ବିଧାୟକ ଶ୍ରୀଯୁକ୍ତ ନାଉରୀ ନାୟକ ଙ୍କ ସହିତ ବିଷ୍ଣୁ ପ୍ରସାଦ ରକ୍ଷିତ୍, ସନ୍ତୋଷ କୁମାର ସାହୁ, ଶ୍ୟାମ ଶଙ୍କର, ଉମେଶ ବଳ, ସଞ୍ଜୀବ ବର୍ମା, ଅଶୋକ ସାହୁ, ସୁରେନ୍ଦ୍ର ପ୍ରଧାନ, ମାନସ ରଞ୍ଜନ ବକ୍ସି ପ୍ରମୁଖ ଉପସ୍ଥିତ ଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ