Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅତାବିରା ଏନଏସି ନିର୍ବାଚନ : ପୋଛି ନେଲା ବିଜେଡ଼ି, ମୂଳପୋଛ ହୋଇଗଲା ବିଜେପି, ଗୋଟିଏ ଆସନରେ କଂଗ୍ରେସ ସନ୍ତୁଷ୍ଟ

ଅତାବିରା :- ବରଗଡ଼ ଜିଲା ଅତାବିରା ଏନ୍‌ଏସି ନିର୍ବାଚନ ଫଳାଫଳ ବୁଧବାର ଘୋଷିତ ହୋଇଛି। ବିଜେଡ଼ି ର ବନମାଳୀ ବରିହା ସର୍ବାଧିକ 6565 ଭୋଟ ପାଇ ନଗରପାଳ ଭାବେ ବିଜୟୀ ହୋଇଛନ୍ତି। ସେହିପରି କଂଗ୍ରେସ ପ୍ରାର୍ଥିନୀ ସବିତା ଭୁଏଙ୍କୁ 1737 ଏବଂ ଭାଜପା ପ୍ରାର୍ଥିନୀ ଲଷ୍ମୀ ବେହେରାଙ୍କୁ 1532 ଭୋଟ ମିଳିଛି। ଫଳରେ ବନମାଳି ବରିହା ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ କଂଗ୍ରେସ ର ସବିତା ଭୁଏ ଙ୍କୁ 4828 ଭୋଟରେ ପରାସ୍ତ କରିଛନ୍ତି l ତେବେ ୧୨ୱାର୍ଡ ବିଶିଷ୍ଟ ଉକ୍ତ ଏନ୍‌ଏସିର ୱାର୍ଡ ନଂ-୧ କଂଗ୍ରେସ ହାତକୁ ଯାଇଥିବା ବେଳେ ବାକି ୧୧ଟି ୱାର୍ଡ ବିଜେଡି ବାଜିମାତ୍‌ କରିଛି। ୱାର୍ଡ ନଂ-୧ରେ କଂଗ୍ରେସ ପ୍ରାର୍ଥୀ ଦିପକ ରାୟ ବିଜୟୀ ହୋଇ ଦଳ ପାଇଁ ଖାତା ଖୋଲିଛନ୍ତି। ବାକି ସବୁ ଆସନ ବିଜେଡି ହାତକୁ ଯାଇଛି। ୱାର୍ଡ ନଂ- ୨ରେ ବିଜେଡିର ଶିବାନନ୍ଦ ତ୍ରିପାଠୀ, ୱାର୍ଡ ନଂ-୩ରେ ନେପାଳ ପ୍ରଧାନ, ୱାର୍ଡ ନଂ-୪ରେ ସବିତା ମଲ୍ଲିକ, ୱାର୍ଡ ନଂ-୫ରେ ରାଜୀବ କହରା, ୱାର୍ଡ ନଂ-୬ରେ ପ୍ରମିଳା ପ୍ରଧାନ, ୱାର୍ଡ ନଂ-୭ରେ ବିଲ୍ଲୋସ ଜୋନପୁରୀ, ୱାର୍ଡ ନଂ-୮ରେ ରେଣୁକା ପ୍ରଧାନ, ୱାର୍ଡ ନଂ-୯ରେ ନାରାୟଣ ସାହୁ, ୱାର୍ଡ ନଂ-୧୦ରେ ସୁରେଖା ବାଗ, ୱାର୍ଡ ନଂ-୧୧ରେ ଅନୁସୟା ବିଶ୍ବାଳ ଏବଂ ୱାର୍ଡ ନଂ-୧୨ରେ ଯମୁନା ଭୁଏ ବିଜୟୀ ହୋଇଛନ୍ତି ଭାଜପା ଏଠାରେ ମୂଳପୋଛ ହୋଇଯିବା ଘଟଣା ଜିଲାରେ ଚର୍ଚ୍ଚାର ବିଷୟ ହୋଇଛି। ପୁଣି ଏନ୍‌ଏସି ଦଖଲ ପରେ ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ ଏବଂ ଦଳର ବିଜୟୀ ପ୍ରାର୍ଥୀଙ୍କ ଉପସ୍ଥିତିରେ ଅତାବିରାରେ ବିଜୟ ଉତ୍ସବ ମନାଇଛିନ୍ତି ।