Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅଫିସର୍‌ଙ୍କୁ ନୂଆ ଦାୟିତ୍ବ; ଗାଁକୁ ଯାଇ ଫିଲ୍ଡ ଭିଜିଟ୍‌ କରିବେ ଓ ଗ୍ରାଉଣ୍ଡ୍‌ଜିରୋ ରିପୋର୍ଟ ଆଣିବେ

ଭୁବନେଶ୍ବର :  ରାଜ୍ୟରେ ବିକାଶମୂଳକ କାର୍ଯ୍ୟର ତଦାରଖ ପାଇଁ ଅଣ୍ଟା ଭିଡିଛନ୍ତି ରାଜ୍ୟ ସରକାର। ରାଜ୍ୟରେ ବିକାଶମୂଳକ କାର୍ଯ୍ୟର ସଠିକ ତଥ୍ୟ ଜାଣିବା ଲାଗି ଅଫିସରମାନଙ୍କୁ ପ୍ରତିମାସରେ ଫିଲ୍ଡ ଭିଜିଟ ପାଇଁ ପଠାଯିବ। ତେବେ ଅଫିସରମାନଙ୍କ ଲାଗି ଏହା ଏକ କଷ୍ଟକର ବ୍ୟାପାର ନିଶ୍ଚିତ। ଏଣିକି ଗ୍ରାଉଣ୍ଡଜିରୋକୁ ଯାଇ ରିପୋର୍ଟ ଆଣିବେ ଅଫିସର। ଆଉ ଲୋକସେବା ଭବନରେ ବସି ବୈଠକ କରିପାରିବେନି।ଅଫିସରମାନଙ୍କୁ ଏବେ ସମ୍ପୃକ୍ତ ଅଞ୍ଚଳକୁ ଯାଇ ଲୋକଙ୍କ ସମସ୍ୟା ବୁଝି ସମାଧାନର ବାଟ ଖୋଜିବାକୁ ପଡ଼ିବ। ଲୋକମାନେ ଆଉ କଣ ଆବଶ୍ୟକ କରୁଛନ୍ତି ତାହା ବୁଝିବା ସହ ବିଭିନ୍ନ ସରକାରୀ ଯୋଜନାର ନିରୀକ୍ଷଣ ଓ ସମୀକ୍ଷା କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ପ୍ରତିମାସର ତୃତୀୟ ସପ୍ତାହରେ ବରିଷ୍ଠ ଅଧିକାରୀ ଓ ସଚିବମାନଙ୍କୁ ଗାଁକୁ ଯାଇ ଫିଲ୍ଡ ଭିଜିଟ୍‌ କରିବାକୁ ପଡ଼ିବ। ଏହା ସହ ବରିଷ୍ଠ ଅଧିକାରୀଙ୍କୁ ଫିଲ୍ଡ ଭିଜିଟ କରିବା ସହ ସେହି ଅଞ୍ଚଳରେ ରାତ୍ରି ରହଣୀ ମଧ୍ୟ କରିବାକୁ ପଡ଼ିବ। ଏନେଇ ଏକ ଚିଠି କରିଛନ୍ତି ଉନ୍ନୟନ କମିଶନର। ଏପରିକି ପ୍ରତିମାସରେ ତୃତୀୟ ସପ୍ତାହରେ ରାଜ୍ୟସ୍ତରୀୟ କୌଣସି ମିଟିଂ କରାଯିବ ନାହିଁ ବୋଲି ଚିଠିରେ ଉଲ୍ଲେଖ କରାଯାଇଛି । ଶିକ୍ଷା, ସ୍ୱାସ୍ଥ୍ୟ, ଜଳସେଚନ, କୃଷି, ଦକ୍ଷତା ବିକାଶ ଓ ନିବେଶ କ୍ଷେତ୍ରରେ ଉନ୍ନତି ପାଇ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି।