Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜିଲ୍ଳା ଲନବଲସ୍ ଆସୋସିଏସନ ପକ୍ଷରୁ ସମ୍ବର୍ଦ୍ଧନାତ୍ସବ

ବରପାଲି: ସ୍ଥାନୀୟ ଗଙ୍ଗାଧର କ୍ଳବ ପରିସରରେ ବରଗଡ ଜିଲ୍ଳା ଲନବଲସ୍ ଆସୋସିଏସନ ପକ୍ଷରୁ ଏକ ସମ୍ବର୍ଦ୍ଧନା ଉତ୍ସବ ଆୟୋଜିତ ହୋଇଯାଇଛି। ଓଡିଶା ଲନବଲସ୍ ଆସୋସିଏସନ ପକ୍ଷରୁ ପ୍ରଥମ ଲନବଲସ୍ ଆନ୍ତଃ ଜିଲ୍ଳା ପ୍ରତିଯୋଗିତା କଟକ ଜବାହାରଲାଲ ନେହେରୁ ଇନଡୋର ଷ୍ଟାଡିଅମରେ ଅନୁଷ୍ଠିତ ହୋଇଥିଲା। ପ୍ରତିଯୋଗିତାରେ ଶ୍ରେଷ୍ଠ ଦଳ ଭାବେ ବରଗଡ ଜିଲ୍ଳା ଲନବଲସ୍ ଦଳ ବିବେଚିତ ହୋଇ ଜିଲ୍ଳା ପାଇଁ ଗୌରବ ଆଣିବାରେ ସହାୟକ ହୋଇଛନ୍ତି। ଏହି ଅବସରରେ ଦଳର ଖେଳାଳୀ ମାନଙ୍କୁ ଉପଢୌକନ ପ୍ରଦାନ ମାଧ୍ୟମରେ ସମ୍ମାନିତ କରାଯାଇଥିଲା। ଲୋକସଭା ସଂସଦ ଡଃ.ପ୍ରଭାସ କୁମାର ସିଂଙ୍କ ଅଧ୍ୟକ୍ଷତାରେ ସଭାକାର୍ଯ୍ୟ ସଂଚାଳିତ ହୋଇଥିଲା। ସଂପାଦକ ଯଶୋବନ୍ତ ପୂଝାରୀ ସ୍ବାଗତ ଜଣାଇବା ସହ ପରିଚୟ ପ୍ରଦାନ କରିଥିଲେ। ଆମନ୍ତ୍ରିତ ଅତିଥି ଭାବରେ ସ୍ଥାନୀୟ ତହସିଲଦାର ଋଖ୍ବଣ ମେହେର,ବ୍ଳକ ଶିକ୍ଷାଧିକାରୀ ମୁକୁନ୍ଦ ମାହାର,ପ୍ରାକ୍ତନଃ ମହାବିଦ୍ୟାଳୟ ଅଧ୍ୟକ୍ଷ ଡଃ.ରବିନ୍ଦ୍ର ଗଡତିଆ ପ୍ରମୁଖ ଯୋଗ ଦେଇ ଖେଳାଳୀ ମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ସମ୍ମାନିତ କରିଥିଲେ। ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଶ୍ରେଷ୍ଠ ଦଳ ଭାବରେ ୨୫ବର୍ଷରୁ କମ ଦଳରେ ସାମିଲ ହୋଇଥିବା ଖେଳାଳୀ ମାନଙ୍କ ମଧ୍ୟରେ ଭଟିଗାଁର ଆରତୀ ଭୋଇ,ରୋଜି ନାଏକ, ସୂର୍ଯ୍ୟା ଭୋଇ ସହ ଗଡଗଡଦଲା ଗାଁର ଭାବନା ନାଗଙ୍କ ସହ ପୁରୁଷ ଦଳରେ ପ୍ରତ୍ୟୁଷ କୁମାର ପଣ୍ତା,ଦେବାର୍ଚ୍ଚନ ଭୁଏ ଭଟିଗାଁର ରହିଥିବା ବେଳେ ରେଟାମୁଣ୍ତାର କିଷାନ ଶିକ୍କା ଓ ପ୍ରଭାକର ଶିକ୍କା ପ୍ରମୁଖ ଜିଲ୍ଲା ତଥା ନିଜ ଜନ୍ମମାଟିର ଗୌରବକୁ ଅକ୍ଷୁର୍ଣ୍ଣ ରଖିବାରେ ବେଶ ସହାୟକ ସାଜିଛନ୍ତି ବୋଲି ଅତିଥି ମାନେ ଉତ୍ସାହ ପ୍ରଦାନ କରିଥିଲେ। ଆୟୋଜିତ ପ୍ରତିଯୋଗିତାରେ ଟ୍ରିପୁଲ ଅନ୍ତିମ ଖେଳରେ ବରଗଡ ଦଳ ଭଦ୍ରକ ଦଳଠୁ ୧୨ ପଏଣ୍ଟ ସଂଗ୍ରହ କରି ଶ୍ରେଷ୍ଠ ଦଳର ମାନ୍ୟତା ହାସଲ କରି ସ୍ବର୍ଣ୍ଣପଦକ ଅଧିକାରୀ ହୋଇଥିଲେ। ଅପରପକ୍ଷେ ମହିଳା ଦ୍ବୟ ଲନବଲସ ଅନ୍ତିମ ଖେଳରେ ଦ୍ବିତୀୟ ଦଳ ଭାବରେ ଘୋଷିତ ହୋଇ ରୌପ୍ୟ ପଦକ ହାସଲ କରିଥିଲେ।