Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଶୀତଳଷଷ୍ଠୀ ମହୋତ୍ସବ; କନ୍ୟାପକ୍ଷର ପ୍ରସ୍ତୁତି ବୈଠକ

ବରପାଲି: ସ୍ଥାନୀୟ ତହସିଲ ଛକ ସ୍ଥିତ ଜଗଦମ୍ବା କ୍ଳବ ପରିସରରେ ୧୪୬ ତମ ଶୀତଳଷଷ୍ଠୀ ଯାତ୍ରାର କନ୍ୟାପକ୍ଷ ହିମାଦ୍ରୀ ନଗରବାସୀଙ୍କ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ହୋଇଯାଇଛି। ସୁରେନ୍ଦ୍ର ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ଉତ୍ସବ ଆୟୋଜନ ସମ୍ପର୍କିତ ବିଭିନ୍ନ ଦିଗ ଉପରେ ଆଲୋଚନା ହୋଇଥିଲା। ଚଳିତ ବର୍ଷ ମାତା ପାର୍ବତୀଙ୍କ ମନୋନିତ ପିତା ରାଜଗୋପଲ ଦାଶଙ୍କ ସମେତ କନ୍ୟା ପକ୍ଷର ସଦସ୍ୟ ମାନେ ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇଥିଲେ। ଶିବ ପାର୍ବତୀ ବିବାହ ମହୋତ୍ସବର କାର୍ଯ୍ୟ ନିର୍ଘଣ୍ଟ ଅନୁସାରେ ଆଗାମୀ ମେ ୧୨ ତାରିଖରୁ ୨୩ ତାରିଖ ପର୍ଯ୍ୟନ୍ତ ପ୍ରଚଳିତ କାର୍ଯ୍ୟସୂଚି ପ୍ରସ୍ତୁତି ପର୍ବ ଆରମ୍ଭ ହୋଇଥିଲା। ସୂଚି ନିର୍ଣ୍ଣୟ ଅନୁଯାୟୀ ହିମାଦ୍ରୀନଗର ବାସୀଙ୍କ ପକ୍ଷରୁ ସଦସ୍ୟ ମାନେ ଭଣ୍ତାରଘରେ ଉପସ୍ଥିତ ରହି ତିଳକଧାର୍ଯ୍ୟ କାର୍ଯ୍ୟକ୍ରମରେ ସାମିଲ ହେବେ। ହିମାଦ୍ରୀ ନଗର ସାଜସଜ୍ଜା ସହ ପରିଚାଳନା କାର୍ଯ୍ୟକ୍ରମରେ ସହାୟକ କମିଟି ଗଠନ ଉପରେ ଆଲୋଚନା କରାଯାଇଥିଲା। ଝିଅ ବାହାଘର ପାଇଁ ମୂଖ୍ୟାଶଂ ସାଜୁଥିବା ମଉଲାଭାର ପରମ୍ପରାରେ ପ୍ରଯୁର୍ଯ୍ୟ ହେଉଥିବା ମାମୁଁଘର ମନୋନୟନ। ପତ୍ରା ପାଲି,କଦଳି ପାଲି ଗୋପାଇ ପାଲି, ଅଇଁଠା ପାଲି,ଲେଣ୍ଡା ପ୍ରଭୁତି ଗ୍ରାମ ମାନଙ୍କୁ ମାମୁଘର କାର୍ଯ୍ୟଭାର ଉଠାଇବା ଓ ନିମନ୍ତ୍ରଣ ପତ୍ର ପ୍ରଦାନ ସମ୍ବନ୍ଧରେ ବିଚାର ହୋଇଥିଲ।