Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଲକ୍ଷ୍ମୀପୁର ରେ ହାଇୱା ସହ କାର ଦୁର୍ଘଟଣା ଘଟଣା …ମୃତ୍ୟୁ ସଂଖ୍ୟା ଦୁଇରେ ପହଞ୍ଚିଲା,

ଲକ୍ଷ୍ମୀପୁର ୧୬/୧୨ ଗତ ତେର ତାରିଖ ଦିନ ଲକ୍ଷ୍ମୀପୁର ବ୍ଲକ ଅନ୍ତର୍ଗତ ଟିମାଝଲା ଗ୍ରାମ ପାଖ ଜାତୀୟ ରାଜପଥ ୩୨୬ ଉପରେ ଏକ ହାଇୱା ସହ କାର ମୁହାଁ ମୁହିଁ ଧକ୍କା ହୋଇ ଚାରିଜଣ ଗୁରୁତର ଆହତ ହୋଇଥିବା ଘଟଣାରେ ଏବେ ଦୁଇଜଣ ଙ୍କ ମୃତ୍ୟୁ ଘଟିଥିବା ଜଣା ପଡ଼ିଛି।ଅନ୍ୟ ଆହତ ଦୁଇଜଣ ଚିକିତ୍ସାଧୀନ ଅବସ୍ଥାରେ ଥିବା ଜଣା ପଡିଛି। କୋରାପୁଟ ଏସଏଲଏନ୍ ମେଡିକାଲ କଲେଜରେ ଦୁର୍ଘଟଣା ଦିନ ସନ୍ଧ୍ୟାରେ ସୁବୀର ସାହୁଙ୍କ ମୃତ୍ୟୁ ଘଟିଥିବା ବେଳେ ଆଜି ବିଶାଖପାଟଣାର ଏକ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଦିନେଶ ମିଶ୍ରଙ୍କ ମୃତ୍ୟୁ ହୋଇଥିବା ତାଙ୍କ ସମ୍ପର୍କୀୟଙ୍କ ତରଫରୁ ସୂଚନା ମିଳିଛି।
ସୂଚନା ମୁତାବକ ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ୍
ଅଞ୍ଚଳଗୁମାର ଶିବରାମ ଆଚାର୍ଯ୍ୟ,ବିମଳ ଚୌଧୁରୀ, ଶୁବିର୍ ସାହୁ,ଦୀନେଶ ମିଶ୍ର ଚାରିଜଣ   ଭୁବନେଶ୍ୱରରେ ଏକ ଭୋଜିରେ ଯୋଗଦେଇ  ଗତ ତେର ତାରିଖ ଦିନ ନିଜ ଘରକୁ ଫେରୁଥିଲେ। ଫେରିବା ସମୟରେ ଓଆର୦୨- ଏୟୁ୧୫୨୪ ନମ୍ୱର୍ ଥିବା ଏକ କାର ଯୋଗେ ଫେରୁଥିଲା ବେଳେ ଲକ୍ଷ୍ମୀପୁର ଠାରୁ ସାତ କିଲୋମିଟର ଦୂର ଟିମାଝଲା ଗ୍ରାମ ନିକଟ ଜାତୀୟ ରାଜପଥ ଉପରେ ସାମନା ପଟରୁ ଆସୁଥିବା ଓଡ଼ି୦୫ଏପି -୪୦୯୬ ନମ୍ୱର୍ ଥିବା ହାଇୱା ସହ ଧକା ହୋଇଥିଲା।ଗୁରୁତର ଚାରି ଜଣଙ୍କୁ ପ୍ରଥମେ ଲକ୍ଷ୍ମୀପୁର ମେଡିକାଲ ଓ ପରେ କୋରାପୁଟ ସ୍ଥାନନ୍ତର କରାଯାଇଥିଲା।ସେହି ଦିନ କୋରାପୁଟ ଏସ ଏଲ ଏନ ମେଡିକାଲ ପହଂଚିବା ପରେ ଡାକ୍ତର ଜଣକର ମୃତ୍ୟୁ ହୋଇଥିବା ଘୋଷଣା କରିଥିବା ବେଳେ ଅନ୍ୟ ତିନିଜଣଙ୍କୁ ବିଶାଖାପାଟଣା ସ୍ଥାନାନ୍ତର କରାଯାଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ