ଚଡେଇପଙ୍କ ରେ ପାର୍ବତୀ ଗିରି ବୃହତ ଉଠା ଜଳସେଚନ ପ୍ରକଳ୍ପ ଲୋକାର୍ପିତ


ବୀରମହାରାଜପୁର : ( ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ଚଢେଇପଙ୍କ ରେ ଆଜି ବହୁ ପ୍ରତିକ୍ଷିତ ପାର୍ବତୀ ଗିରି ବୃହତ ଉଠା ଜଳସେଚନ ପ୍ରକଳ୍ପ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ନିଜ କରକମଳରେ ଭିଡିଓ କନଫରେନ୍ସ ମାଧ୍ୟମରେ ଲୋକାର୍ପିତ କରିଛନ୍ତି l ଶନିବାର ସୁବର୍ଣ୍ଣପୁର ଜିଲ୍ଲା( ଉଲୁଣ୍ଡା–ଚଡେଇପଙ୍କ ) ସମେତ କଟକ ଜିଲ୍ଲା , ଢେଙ୍କାନାଳ ଜିଲ୍ଲା , କେଉଁଝର ଜିଲ୍ଲା ଏବଂ ଅନୁଗୁଳ ଜିଲ୍ଲାର ବିଭିନ୍ନ ସ୍ଥାନ ଗୁଡିକରେ ନିର୍ମାଣ ହୋଇଥିବା ସମସ୍ତ ପାର୍ବତୀ ଗିରି ବୃହତ ଜଳ ସେଚନ ପ୍ରକଳ୍ପ ଗୁଡିକୁ ଲୋକାର୍ପିତ କରିଛନ୍ତି l ଏହି ଶୁଭ ଅବସରରେ ଜିଲ୍ଲାପାଳ ସୁବର୍ଣ୍ଣପୁର ଶ୍ରୀଯୁକ୍ତ ବିମଳେନ୍ଦୁ ରାୟ , ବୀରମହାରାଜପୁର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପଦ୍ମନାଭ ବେହେରା , ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଝସକେତନ ବଘାର , ଉଲୁଣ୍ଡା ବ୍ଲକ ଅଧ୍ୟକ୍ଷ୍ୟା ଶ୍ରୀମତୀ ଶାନ୍ତିଲତା ମିଶ୍ର , ସମାଜସେବୀ କୃତିବାସ ମିଶ୍ର , ଉଲୁଣ୍ଡା ଗୋଷ୍ଠୀ ଉନ୍ନୟନ ଅଧିକାରିଣୀ ଶ୍ରୀମତୀ କରିସ୍ମା ବେସ୍ରା ପ୍ରମୁଖ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମରେ ସମସ୍ତ ନିର୍ବାଚିତ ସରପଞ୍ଚ , ସମିତି ସଦସ୍ୟ/ସଦସ୍ୟା , ୱାର୍ଡ ସଭ୍ୟ/ସଭ୍ୟା ଏବଂ ବହୁ ସଂଖ୍ୟାରେ ସଚେତନ ଜନସାଧାରଣ ଉପସ୍ଥିତ ରହିଥିଲେ l