ନୁଆଁ-ଓ କାର୍ଯ୍ୟକ୍ରମରେ ବାଲ୍ୟ ବିବାହ ଓ କାରଣ ଓ ନିରାକରଣ ସମ୍ପର୍କୀୟ ଆଲୋଚନା


ସମ୍ବଲପୁର: ଯୁଯୁମୁରା ବ୍ଳକ ଅନ୍ତର୍ଗତ ଫୁଲଝରଣ ସ୍ଥିତ ପାର୍ବତୀ ଗିରି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ମହୁଲପାଲିରେ ଆୟୋଜିତ ନୁଆଁ -ଓ, ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଆୟୋଜନ ଅବସରରେ ଯୌତୁକ ପ୍ରଥା ବିରୋଧ ଓ ବାଲ୍ୟ ବିବାହ ଆଇନ ସଚେତନତା ସମ୍ପର୍କିତ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି l
ଅନୁଷ୍ଠାନ ର ଅଧ୍ୟକ୍ଷ ପୂର୍ଣ୍ଣଚନ୍ଦ୍ର ପ୍ରଧାନ ଙ୍କର ଅଧ୍ୟକ୍ଷତା ର ଅନୁଷ୍ଠିତ ଆଲୋଚନା ଚକ୍ର ରେ ମୁଖ୍ୟବକ୍ତା ଭାବରେ ଜିଲ୍ଲା ଶିଶୁ କଲ୍ୟାଣ ସମିତି ର ପୂର୍ବତନ ସଦସ୍ୟ ତଥା ଆଇନଜୀବୀ ସୂର୍ଯ୍ୟ ପାଣିଗ୍ରାହୀ ଯୋଗ ଦେଇଥିବା ବେଳେ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ ଅଧ୍ୟାପକ ଡ଼. ଗୋବିନ୍ଦ ମହାରଣା ଓ ଅଧ୍ୟାପକ ଅଶୋକ କୁମାର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ l
ଆଲୋଚନା ଚକ୍ର ରେ ମୁଖ୍ୟବକ୍ତା ଶ୍ରୀ ପାଣିଗ୍ରାହୀ କହିଥିଲେ ଯେ ସମାଜ ରେ ପ୍ରଚଳିତ ଯୌତୁକ ପ୍ରଥା କୁପ୍ରଥା l ଏହା ଦ୍ୱାରା ପରିବାର ଭିତରେ ଅସ୍ୱାଭାବିକ ପରିସ୍ଥିତି ସୃଷ୍ଟି ହେଉଥିବା ବେଳେ ସାମାଜିକ ଚଳଣି ରେ ଏହାର କୁପରିଣତି ଦେଖାଯାଇଥାଏ l କଠୋର ଆଇନ ବ୍ୟବସ୍ଥା ଓ ଶିକ୍ଷା ର ପ୍ରଭାବ ରେ ସମାଜ ରେ ଦିନକୁ ଦିନ ବାଲ୍ୟ ବିବାହ ସମସ୍ୟା କମିବାରେ ଲାଗିଛି l ଲୋକଙ୍କ ଭିତରେ ବାଲ୍ୟ ବିବାହ ନିରୋଧ ଆଇନ ସମର୍କରେ ସଚେତନତା ର ବାର୍ତ୍ତା ପହଞ୍ଚାଇବାର ବ୍ୟବସ୍ଥା କରାଯିବା ଉଚିତ ବୋଲି ଶ୍ରୀ ପାଣିଗ୍ରାହୀ ପ୍ରକାଶ କରିଥିଲେ l
ପରେ ପରେ ସମାଜସେବୀ ତଥା ଆଇନଜୀବୀ ଶ୍ରୀ ପାଣିଗ୍ରାହୀ ଙ୍କର ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଉଦଘାଟିତ ହୋଇଥିଲା ଓ ଅଧ୍ୟାପକ ସୁନୀଲ କୁମାର ସାହୁ ଙ୍କର ନେତୃତ୍ୱ ରେ ଛାତ୍ର ଛାତ୍ରୀ ଙ୍କ ଦ୍ୱାରା ଆଖପାଖ ଅଂଚଳ ରେ ସଚେତନତା ପଦଯାତ୍ରା ଆୟୋଜିତ କରାଯାଇଥିଲା l
ଏହି କାର୍ଯ୍ୟକ୍ରମ ରେ ଉଚ୍ଚ ବିଦ୍ୟାଳୟ ର ଅଧ୍ୟାପକ ବୃନ୍ଦ ଓ ଶତାଧିକ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ l