Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବାପା ମାଆ ଛେଉଣ୍ଡା ପିଲାଙ୍କୁ ସରକାରୀ ସହାୟତା ପାଇଁ ଅଲେଖ ଙ୍କ ଆକୁଲ ନିବେଦନ

କଳାହାଣ୍ଡି, ୧୭/୧୨ (ଜଗନ୍ନାଥ ନାଏକ) : କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଦଶପୁର ଗ୍ରାମର ଦୁଇ ପୁଅ ଝିଅ ବାପା ମାଆ ଛେଉଣ୍ଡା ଅବସ୍ଥାରେ ଗତି କରୁଥିବା ଖବର ଚର୍ଚ୍ଚାର ବିଷୟ ପାଲଟିଛି, ସୂଚନାରୁ ପ୍ରକାଶ ପାଇଛି ଯେ, ଦଶପୁର ଗ୍ରାମର ସ୍ଵାସ୍ଥ୍ୟ ଆରୋଗ୍ୟ କେନ୍ଦ୍ର ନିକଟରେ ଅବସ୍ଥିତ ଅଲେଖ ଗୋପାଳଙ୍କ ଘର, ଅଲେଖ ଗୋପାଳ (୬୨) ତାଙ୍କର ଗୋଟିଏ ମାତ୍ର ପୁଅ ମଣ୍ଟୁ ଗୋପାଳ (୩୩) ଖମାର ହଲଦିଗ୍ରାମ ପଂଚାୟତ ଅଧିନରେ ଥିବା ବେହେରା ଗୁଡା ଗ୍ରାମର ଅନନ୍ତ ଭୋଇ ସାଲ ଙ୍କ ଝିଅ ରେଣୁକା ଙ୍କ ସହ ମଣ୍ଟୁ ଗୋପାଳଙ୍କ ସହିତ ସାମାଜିକ ରିତି ନୀତିରେ ବିବାହ ହୋଇ ଥିଲା ଏବଂକିଛି ବର୍ଷ ପରେ ତାଙ୍କର ଔରସରୁ ଗୋଟିଏ ପୁଅ ଓ ଝିଅ ଜନ୍ମ ହୋଇଥିଲା, ଉକ୍ତ ଦୁଇ ଗୋଟି ପୁଅ ଝିଅ ଙ୍କୁ ଛାଡି ଅନ୍ୟତ୍ରରେ ଘର ସଂସାର କଲେ, ପୁଣି ବହୁ ଚାଳି ଯିବା ପରେ ପୁଅ ମଣ୍ଟୁ ଗୋପାଳ ବି ଘର ଛାଡ଼ି ଚାଲଯାଇଛନ୍ତି ଆଜିକୁ ପାଞ୍ଚ ବର୍ଷ ହେଉଛି ପୁଅ ଝିଅର ସେବା ଯତ୍ନ ନେବାରେ ବହୁ ଅସୁବିଧା ହେଉଛି ବୋଲି ତାଙ୍କର ବୁଡା ଦାଦା ଅଲେଖ ଗୋପାଳ ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି, ଏବେ ନାତି ସବଜିତ ଗୋପାଲର ବୟସ (୧୪) ଥିବା ବେଳେ ନାତୁଣୀ ହାସିନା ର (୭) ବର୍ଷହିଉଛି, ବୃଦ୍ଧ ଅଲେଖ ଗୋପାଳ ଓ ତାଙ୍କର ସ୍ତ୍ରୀ ସୌଭାଗ୍ୟ ଗୋପାଳ ନାତି ନାତୁଣୀ ଦୁଇଟିର ସେବା ଯତ୍ନ ନେଉ ଥିଲେ, ହେଲେ ଦୁର୍ଭାଗ୍ୟ ଜନକ ଚଳିତ ବର୍ଷ ରେ ସୌଭାଗ୍ୟ ଙ୍କ ମୃତ୍ୟୁ ହୋଇ ୫ମାସ ହେଉଛି ନାତି ନାତୁଣୀର ସେବା ଯତ୍ନ ନେବାରେ ମୋତେ ନାହି ନ ଥିବା ଅସୁବିଧା ହେଉଛି , ଦୈନିକ କୁଲି ମଞ୍ଜୁରୀ କଲେ ଚୁଲି ନିଆଁ ଜଳେ ନଚେତ୍ ଭୋକ ଉପାସରେ ବିତାଇ ଥାଆନ୍ତି ବୋଲି ଅଲେଖ ଗୋପାଳ ପ୍ରକାଶ କରିଛନ୍ତି, ଏଭଳି ମାଆ ବାପା ଛେଉଣ୍ଡା ନାତି ନାତୁଣୀ ଙ୍କୁ ସରକାରୀ ସ୍ତରରେ ସହାୟତା ମିଳେ ତେବେ ତାଙ୍କର ଭବିଷ୍ୟତ ଜୀବନ ଯାପନ ଉପକୃତ୍ ହେବା ସହ ମୁଁ ମଧ୍ୟ ଶାନ୍ତି ଜୀବନ କଟାଇ ପାରିବି ବୋଲି ସମାଜସେବୀ ରାମକୁମାର ସେନାପତି ଏବଂ ଯୁବ ସାମ୍ବାଦିକ ଜଗନ୍ନାଥ ନାଏକଙ୍କ ଆଗରେ ପ୍ରକାଶ କରିଥିଲେ ତତ୍ ସହିତ ଦୁଇ ଜଣ ପୁଅ ଝିଅର ଦୁର୍ଦ୍ଦଶା ଦେଖି ଦଶପୁର ସରପଞ୍ଚ ରଂଜନ କୁମାର ସାହୁ ମଧ୍ୟ ସରକାରି ସହାୟତା ଯୋଗାଇ ଦେବା ପାଇଁ ଲିଖିତ ଭାବେ ଜଣାଇ ଥିବା ବେଳେ ଗ୍ରାମର ଭଦ୍ର ବ୍ୟକ୍ତି ଗୋପୀ ନାଥ ଜାଲ ମଧ୍ୟ ସରକାରି ଆଶ୍ରମରେ ଥଇ ଥାନର ଶୁ ବ୍ୟବସ୍ଥାକୁ ଅନୁସରଣ କରି ସରକାରଙ୍କୁ ନିବେଦନ କରିଛନ୍ତି ଯେ ତୁରନ୍ତ ତଦନ୍ତ କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ପାଇଁ