Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମିଶନଶକ୍ତି ବଜାରରେ ସମ୍ବଲପୁରୀ ହସ୍ତତନ୍ତ ବସ୍ର୍ତର ଶୋଭାବର୍ଦ୍ଧନ

ବରପାଲି:ସ୍ଥାନିୟ ଗୋଷ୍ଠି ଉନ୍ନୟନ କାର୍ଯ୍ଯାଳୟ ଦ୍ବାରା ପରିଚାଳିତ ମିଶନଶକ୍ତି ବଜାରରେ ବୁଧବାର ଏକ ସମ୍ବଲପୁରୀ ହସ୍ତତନ୍ତ ବସ୍ର୍ତ ଦୋକାନ ଉଦଘାଟିତ ହୋଇଯାଇଛି। ଭାରତୀୟ ଉଦ୍ୟମିତା ବିକାଶ ସଂସ୍ଥା ଓ ଗୁଜୁରାଟ ହ୍ୟାଣ୍ଡମେଡ ଇନ ଇଣ୍ଡିଆ ପ୍ରୋଜେକ୍ଟ କ୍ଲଷ୍ଟର ମିଶନ ବରପାଲିଙ୍କ ତତ୍ବାଧାନରେ ବନ୍ଧପାଲି ଶିବଶକ୍ତି ହସ୍ତତନ୍ତ ଉତ୍ପାଦକ ଗୋଷ୍ଠୀ ପକ୍ଷରୁ ମିଶନ ଶକ୍ତି ବଜାର ପ୍ରାଙ୍ଗଣରେ ଦୋକାନଟି ଉଦଘାଟିତ ହୋଇଥିଲା। ନିମନ୍ର୍ତିତ ଅତିଥି ମାନଙ୍କ ମଧ୍ଯରେ ବ୍ଲକ ଅଧ୍ଯକ୍ଷା ରିନା ଥଇତ,ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରସନ୍ନ କୁମାର ପାଣ୍ଡେ, କ୍ଲଷ୍ଟର ମିଶନ ନୋଡାଲ ଅଧିକାରୀ ବିଷ୍ଣୁ ପ୍ରସାଦ ପଣ୍ଡା ପ୍ରମୁଖ ଯୋଗଦେଇ କାର୍ଯ୍ଯକ୍ରମର ଉଦଘାଟନ କରିଥିଲେ।ଉଦ୍‌ଘାଟନୀ ଅବସରରେ ଉଦ୍ଯମତା ବିକାଶ ସଂସ୍ଥା ଏଚ.ଏମ.ଆଇ ପ୍ରୋଜେକ୍ଟ ସବଜେକ୍ଟ ମେଟର ଏକ୍ସପର୍ଟ ରିଚା ସିଂହଙ୍କ ସମେତ ମାଷ୍ଟର ଟ୍ରେନର ଯଶୋବନ୍ତ ନାଏକ, ବି.ପି.ସି ଶାନ୍ତନୁ ମେହେର,କମ୍ୟୁନିଟି ମୋବିଲାଇଜର ଦୟାନନ୍ଦ ରାଏ, ମୁକେଶ ଲୁହା ପ୍ରମୁଖ ଉପସ୍ଥିତ ରହି ଗୋଷ୍ଠି ମହିଳା ମାନଙ୍କୁ ବ୍ଯବସାୟିକ କିଣାବିକା କାର୍ଯ୍ଯକ୍ରମରେ ସହାୟତା କରିବା ସହ ପ୍ରୋତ୍ସାହନ ଯୋଗାଇଥିଲେ। ହସ୍ତତନ୍ତ ବସ୍ର୍ତ ଦୋକାନ ଉଦଘାଟନ ଅବସରରେ ଅତିଥି ମାନେ ଅଚଂଳର ବୁଣାକାର ଭାଇ ମାନଙ୍କ ଦ୍ବାରା ଉତ୍ପାଦିତ ହସ୍ତତନ୍ତ୍ର ବସ୍ତ୍ର ବର୍ତ୍ତମାନ ସିଧାସଲଖ ଭାବେ ଉଚିତ ମୁଲ୍ୟରେ ଗ୍ରାହକଙ୍କୁ ଯୋଗାଇ ଦିଆଯିବ ବୋଲି କହିଥିଲେ। ଉତ୍ପାଦକ ଗୋଷ୍ଠିର ମୁଖ୍ୟ ଉଦ୍ଦେଶ୍ୟ ମଧ୍ଯରେ ଆଗାମି ଦିନରେ ଉତ୍ପାଦକ ଗୋଷ୍ଠୀ ଡିଜିଟାଲ ପ୍ଲାଟଫର୍ମ ଧାରାରେ ଉତ୍ପାଦିତ ସାମଗ୍ରିର ବ୍ଯବସାୟ ଭିତ୍ତିକ ବଜାରକୁ ଆପାଣାଇବା ପାଇଁ ଆମ ମାନଙ୍କର ଯୋଜନା ରହିଥିବା ଗୋଷ୍ଠି ମହିଳା ସଦସ୍ଯା ମାନେ ପ୍ରକାଶ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ