Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନିଆରା ଢଙ୍ଗରେ ଝିଅର ଜନ୍ମ ଦିନ ପାଳିଲେ ପିତା ମାତା ଲକ୍ଷ୍ମୀପୁର

ଲକ୍ଷ୍ମୀପୁର ବ୍ଲକ ଡୋଳିଆମ୍ବା ଗ୍ରାମର ସମାଜ ସେବି ନରେନ୍ଦ୍ର ଗରଡ଼ା ଓ ତାଙ୍କ ଧର୍ମ ପତ୍ନୀ ମିଲ୍ଲୀ ହଲବା ନିଜ ଝିଅର ତୃତୀୟ ଜନ୍ମ ବାର୍ଷିକୀ ଏକ ନିଆରା ଢଙ୍ଗରେ ପାଳନ କରିଛନ୍ତି। ଏନେଇ ଆଜି ଦୁହେଁ କୁଟୀଙ୍ଗା ପଞ୍ଚାୟତର ରୋଇଆମ୍ବା ଓ ସାପମ୍ବା ଗ୍ରାମର ଅନେକ ଗରିବ ପିଲାଙ୍କୁ ଚପଲ ସହ ନୁଆ ପୋଷାକ ବଣ୍ଟନ କରି ଥିଲେ।ଏଥିରେ ତାଙ୍କୁ ନିଜର ଦୁଇ ଭଉଣୀ ନଳିନୀ କୁଲଦୀପ ଏବଂ ରଂଜିତା ଭତ୍ରା ସବୁ କ୍ଷେତ୍ରରେ ସହଯୋଗ କରିଥିଲେ।ଦୁଇଟି ଗ୍ରାମର ପ୍ରାୟ ଷାଠିଏ ରୁ ଉର୍ଧ୍ଵ ଗରିବ ପିଲା ମାନଙ୍କୁ ଙ୍କୁ ଏସବୁ ସାମଗ୍ରୀ ପ୍ରଦାନ କରିଥିବା ବେଳେ ଗ୍ରାମବାସୀ ଖୁସି ବ୍ୟକ୍ତ କରିଛନ୍ତି।ଆଗରୁ ମଧ୍ୟ ନରେନ୍ଦ୍ର ଅନେକ ସାମାଜିକ କାର୍ଯ୍ୟ କରିବା ସହ ଦୁର୍ଘଟଣା ରେ ଆହତ ମାନଙ୍କୁ ଡାକ୍ତରଖାନା ରେ ପହଂଚାଇବା ଓ ଆବଶ୍ୟକ ପଡିଲେ କୋରାପୁଟ ପର୍ଯ୍ୟନ୍ତ ସେ ଯିବାକୁ ପଛଘୁଞ୍ଚା ନଦେଇ ସାମାଜିକ କାର୍ଯ୍ୟ ରେ ଆଗେଇ ଆସନ୍ତି.

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ